ଭୁବନେଶ୍ୱର ୨୬/୯: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ନୂଆ ବିବାଦ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହରମୁଜ୍ ଷ୍ଟ୍ରେଟର ଜଳପଥକୁ ‘ଟ୍ରମ୍ପ ଷ୍ଟ୍ରେଟ୍’ ବୋଲି ନାମକରଣ କରିବା ନେଇ ପ୍ରସ୍ତାବ ଦେଇଛନ୍ତି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା କଥା କଟାକଟି ଆହୁରି ଚର୍ଚ୍ଚାକୁ ଆସିଛି।
ଟ୍ରମ୍ପ ପୂର୍ବରୁ ହିଁ ହର୍ମୁଜ୍ର ନାଁ ବଦଳାଇବା ନେଇ କହିଥିଲେ। ସେ ଟ୍ରୁଥ୍ ସୋସିଆଲରେ ହର୍ମୁଜ୍କୁ ‘TRUMP STRAIT’ କୁହାଯିବା ଉଚିତ କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ପରେ ହ୍ୱାଇଟ୍ ହାଉସ୍ ମଧ୍ୟ ‘ଟ୍ରମ୍ପ ଷ୍ଟ୍ରେଟ୍’ ଲେଖାଥିବା ଏକ ମ୍ୟାପ୍ ସେୟାର କରିଥିଲା।
ଇରାନ ବିଦେଶମନ୍ତ୍ରୀ ଅବ୍ବାସ ଆରାଗଚି ୭ ଦିନିଆ ଯୁଦ୍ଧବିରତି ଓ ହରମୁଜ୍ ଖୋଲିବା ପ୍ରସ୍ତାବ ଦେଇଥିଲେ – ଆମେରିକା ନୌ-ଅବରୋଧ ହଟାଇବ, ତେଲ ନିଷେଧ ଉଠାଇବ, ୧୨ ବିଲିୟନ ଡଲାର ଫ୍ରୋଜେନ ସମ୍ପତ୍ତି ମୁକ୍ତ କରିବ| ଏହି ସର୍ତ୍ତଗୁଡ଼ିକ ପୂରଣ ହେଲେ ହର୍ମୁଜ୍ରେ ସାଧାରଣ ସାମୁଦ୍ରିକ ଯାତାୟାତ ପୁଣି ଆରମ୍ଭ କରାଯାଇପାରିବ ବୋଲି ଇରାନ ପକ୍ଷରୁ କୁହାଯାଇଛି।
ଆରାଘଚିଙ୍କ କହିବା ଅନୁସାରେ, ଏହି ପ୍ରସ୍ତାବ ମଧ୍ୟସ୍ଥଙ୍କ ଜରିଆରେ ଆମେରିକା ପାଖକୁ ପଠାଯାଇଛି। ଆମେରିକା ପ୍ରସ୍ତାବକୁ ଗ୍ରହଣ କଲେ ପରଦିନଠାରୁ ୭ ଦିନିଆ ସମୟସୀମା ଆରମ୍ଭ ହେବ ଏବଂ ସପ୍ତମ ଦିନରେ ହର୍ମୁଜ୍ ଖୋଲିବା ସହ ଆଲୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି।













Leave a Reply