୧୭ ଲକ୍ଷ ଟଙ୍କାରେ ନିଲାମ ହେଲା ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ

ଭୁବନେଶ୍ୱର ୨୬/୯: ଅନୁଗୋଳ ଜିଲ୍ଲାର ଐତିହ୍ୟ ପୂର୍ଣ୍ଣ ତାଳଚେର ଗଣେଶ ପୂଜାରେ ଆଜ୍ଞା ଲଡୁ ନିଲାମ ସରିଲା। ୪ ଟନ ବିଶିଷ୍ଟ ଏହି ବିଶାଳକାୟ ଲଡୁକୁ ୧୭ ଲକ୍ଷ ଟଙ୍କାରେ ନିଲାମ ହୋଇଛି | ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି | ତାଳଚେର ଡାଇମଣ୍ଡ ଗ୍ରୁପ ଏହି ଲଡୁ କୁ ନିଲାମ କରିଛି । ଭସାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଷ ପୂଜାର ଏହି ଲଡୁ ନିଲାମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାର୍ଚ୍ଚନା କରି ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଏକ ଟ୍ରକରେ ଏହି ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା ।

ପରେ ପରେ ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନିଲାମ ଡ଼କାଯାଇଥିଲା । ଏକ ଲକ୍ଷରୁ ନିଲାମ ଡାକରା ଆରମ୍ଭ ହୋଇଥିବା ବେଳେ ୧୭ ଲକ୍ଷ ଟଙ୍କାରେ ଡାଇମଣ୍ଡ ଗ୍ରୁପ ଏହାକୁ ନିଲାମରେ ନେଇଥିଲେ । ନିଲାମ ଡାକରାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ତାଳଚେର ଉପଜିଲ୍ଲାପାଳ ଓ ଏସଡିପିଓ ଉପସ୍ଥିତ ଥିଲେ । କେନ୍ଦ୍ରୀୟ ଗଣେଶ ପୂଜା କମିଟି ସଭାପତି ଉପଜିଲ୍ଲାପାଳ ପ୍ରଜ୍ଞାନ ନନ୍ଦ ଗିରିଙ୍କ ଉପସ୍ଥିତିରେ ନିଲାମ ଡକାଯାଇଥିଲା | ଗତବର୍ଷ ୩୫ କ୍ୱିଣ୍ଟାଲ ୧୯.୫ ଲକ୍ଷରେ ନିଲାମ ହୋଇଥିଲା |

Leave a Reply

Your email address will not be published. Required fields are marked *