ଓଡ଼ିଆ ସିନେମା ‘ଟି’କୁ ନେଇ ଅଭିନେତା ମନୋଜ ମିଶ୍ରଙ୍କ ପୋଷ୍ଟ ପରେ ମୁହଁ ଖୋଲିଲେ ଅଭିନେତା ଦେବ୍ , କହିଲେ- ଜୁରିମାନେ …

ଭୁବନେଶ୍ବର,୯/୭ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଭଲ ସିନେମାକୁ ପୁରସ୍କାର ମିଳିଥିବାବେଳେ ଭଲ ଅଭିନୟ କରିଥିବା କଳାକାର ପୁରସ୍କୃତ ହୋଇଛନ୍ତି । ମାତ୍ର ଏବେ ଏଥିରେ କେଁ ଦେଖାଦେଇଛି । ଅଭିନେତା ମନୋଜ ମିଶ୍ରଙ୍କ ତେର୍ଚ୍ଛା ବାଣକୁ ନେଇ ବିବାଦ ସୃଷ୍ଟି କରିଛି । ପ୍ରଥମେ ଅଭିନେତା ହରିହର ମହାପାତ୍ରଙ୍କୁ ନେଇ ବାଦ ବିବାଦ ଦେଖାଦେଇଥିଲା । ତାହା ନ ଥମୁଣୁ ଏବେ ପୁଣି ଓଡ଼ିଆ ସିନେମା ‘ଟି’କୁ ନେଇ ସେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡ଼ିଆରେ ଏହାକୁ ନେଇ ସେ ପୋଷ୍ଟ କରିଛନ୍ତି ।

ସେ ‘ଟି’ ସିନେମାର ପୋଷ୍ଟର ସହ ଲେଖିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଇ କହିବି ଏ ଫିଲ୍ମ ଜୁରି ମେମ୍ବର ଦେଖି ନ ଥିବେ, ଯଦି ଦେଖିଥାନ୍ତେ ତା’ହେଲେ ଏ ଫିଲ୍ମର ଯିଏ ମୁଖ୍ୟ ଅଭିନେତା ଅଛନ୍ତି ‘ଦେବ୍’ ତାଙ୍କୁ ନିଶ୍ଚେ ଅତିକମରେ ଅଭିନୟ ପାଇଁ ଜୁରି ପୁରସ୍କାର ଦେଇଥାନ୍ତେ । ଏମିତି ହେଲେ ଜଣେ ପ୍ରଯୋଜକ କାହିଁକି କିଛି ନୂଆଁ ଏକ୍ସପେରିମେଣ୍ଟ୍ କରିବ, ଯେମିତି ୯୦ବର୍ଷ ହେଲା ଚାଲିଛି ଆଉ ୯୦ ବର୍ଷ ଚାଲିବ। ବାସ୍ ଏହାପରେ ଏହାର ଅଭିନେତା ଦେବ୍ ଏବେ ମୁହଁ ଖୋଲିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି, ଯେଉଁ ସିନେମା ଗୁଡ଼ିକ ଆବେଦନ କରାଯାଇଥିଲା ଜୁରିମାନେ ସେ ଗୁଡ଼ିକ ଦେଖିଛନ୍ତି କି ନାହିଁ ମୋ ମନରେ ଏବେ ପ୍ରଶ୍ନ ଉଠୁଛି । ଏହାସହ ସେ କହିଛନ୍ତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ହେଉଛି, ହେଲେ କଳାକାରଙ୍କୁ ଡାକୁ ନାହାନ୍ତି । ଅନ୍ତତଃ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କୁ ଡାକିବା କଥା । ସେହିଭଳି ଯେଉଁ ସିନେମା ଗୁଡ଼ିକ ଆଓ୍ବାର୍ଡ଼ ପାଉଛି ସେ ଗୁଡ଼ିକ ଦର୍ଶକମାନଙ୍କୁ ଦେଖାଯିବାକୁ ସେ ଏହି ସାକ୍ଷାତକାରରେ କହିଛନ୍ତି ।

ଏହି କଥା କହିବା ପରେ ଏବେ ଜୁରିମାନଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ଜୋର ଧରିଛି । ସତରେ କ‘ଣ ଜୁରିମାନେ ଫିଲ୍ମ ଦେଖିନାହାନ୍ତି । ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *