Exclusive : ଓଲିଉଡ଼ରେ ଚାଞ୍ଚଲ୍ୟ ; ୨୦କୋଟି ଖର୍ଚ୍ଚ ପରେ ବି ସରିପାରୁନି ଫିଲ୍ମ !

ଭୁବନେଶ୍ବର,୨୨/୧୧ : ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବଡ଼ ଧରଣର ଚର୍ଚ୍ଚା । ଏକ ବିଗ୍ ବଜେଟ ଫିଲ୍ମର ସରୁନି ସୁଟିଂ । ଆପଣମାନଙ୍କ ମନରେ ପ୍ରଥମେ ଆସୁଥିବ କେତେ ଟଙ୍କାର ଫିଲ୍ମ । ଏହା ଉଠିବା ବି ପ୍ରଶ୍ନ । କାରଣ ଆମେ ଦେଖିଛେ ଓଲିଉଡ଼ରେ ପ୍ରାୟତ ଅତି ବେଶୀରେ ୩ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଫିଲ୍ମ ହୋଇଛି । ମାତ୍ର ଏବେ ଆମେ ଆପଣଙ୍କୁ କହିବୁ ୩୦ରୁ ଊର୍ଦ୍ଧ କୋଟି ଟଙ୍କା ବଜେଟର ଏକ ସିନେମା ଆସିବାକୁ ଯାଉଛି । ଯାହା ଏବେ ପର୍ଯ୍ୟନ୍ତ ସବୁଠାରୁ ବ୍ୟୟ ବହୁଳ ଓଲିଉଡ଼ ସିନେମା ହେବ ବୋଲି କୁହାଯାଉଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଏହି ସିନେମା ଏବେ ଅଧାରେ ଅଟକିଛି । ପ୍ରକୃତ କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ତଥ୍ୟ ଅନୁସାରେ ସିନେମାରେ ୨୦କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ମାତ୍ର ଏବେ ଯାଏ ସିନେମାର କାର୍ଯ୍ୟ ସରିପାରୁନି । ଯାହା ଏବେ ଓଲିଉଡ଼ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏବେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି । କେବେ ସରିବ ସୁଟିଂ । ଦର୍ଶକଙ୍କ ପାଖକୁ କେବେ ଆସିବ ଏହି ସିନେମା ।

ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି କି ଏହା ଜଣେ ପୁରୁଖା ନିର୍ଦ୍ଦେଶକଙ୍କ ଫିଲ୍ମ ବୋଲି । ମାତ୍ର କେବେ ସରିବ କୌଣସି ସୂଚନା ମିଳିପାରିନାହିଁ । ଆଶା ରହିବ ଏହି ସିନେମା ଖୁବଶୀଘ୍ର ଶେଷ ହୋଇ ଦର୍ଶକଙ୍କ ପାଖକୁ ଆସିବ ବୋଲି ।

Leave a Reply

Your email address will not be published. Required fields are marked *