ଭୁବନେଶ୍ବର,୨୨/୧୧ : ପୁଣି ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି ଓ ମଣତି । ନଭେମ୍ବର ୨୬ ଓ ୨୭ ତାରିଖରେ ପୁନର୍ବାର ଏହି ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ନୀତିକାନ୍ତି ଅଧିକ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ନଭେମ୍ବର ୨୪ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପରେ ୨୬ ଓ ୨୭ ତାରିଖରେ ଗଣତି କାର୍ଯ୍ୟ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଏହି ଗଣତି ମଣତି ହେବ। ଗଣତିମଣତି ସମୟରେ ଭକ୍ତମାନେ ପୂର୍ବଭଳି ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।













Leave a Reply