ଭୁବନେଶ୍ୱର,୧୪/୧୧ : ଆସନ୍ତା ୨୦୨୭ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଗୋଟିଏ ସିଟିଂରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ।
ପ୍ରତି ସିଟିଂ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବହ୍ନ ୧୧.୩୦ ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ୯ଟାରୁ ଆରମ୍ଭ ହୋଇ ୧୧.୪୫ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଅର୍ଥାତ ୧୨ ତାରିଖରେ ଫାର୍ଷ୍ଟ ଲାଙ୍ଗୁଏଜ ଏବଂ ଶେଷ ଦିନ ଅର୍ଥାତ ୨୭ ତାରିଖରେ ଥାର୍ଡ ଲାଙ୍ଗୁଏଜ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।













Leave a Reply