ଭୁବନେଶ୍ବର,୧୯/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ । ସେ କହିଛନ୍ତି, ଶାରଦୀୟ ଦୁର୍ଗାପୂଜାର ଶୁଭ ଅବସରରେ ସମଗ୍ର ଓଡ଼ିଶାବାସୀଙ୍କୁ ଜଣାଉଛି ଅନେକ ଅନେକ ଶୁଭକାମନା।
ଏହି ମହାନ ପର୍ବ ଆମ ସମସ୍ତଙ୍କ ମଧ୍ୟରେ ପ୍ରେମ, ଏକତା, ସଦଭାବ ଓ ଭାଇଚାରାର ଭାବନାକୁ ଆହୁରି ମଜବୁତ କରୁ। ଜାତି, ଧର୍ମ ଓ ବର୍ଣ୍ଣର ଊର୍ଦ୍ଧ୍ୱରେ ରହି ଆମେ ଏକ ସୁନ୍ଦର ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା। ମା’ ଦୁର୍ଗା ସମସ୍ତଙ୍କ ଜୀବନରୁ ଦୁଃଖ ଦୂର କରି ସୁଖ ଓ ଶାନ୍ତି ପ୍ରଦାନ କରନ୍ତୁ। ସମସ୍ତଙ୍କୁ ପବିତ୍ର ଦୁର୍ଗାପୂଜାର ହାର୍ଦ୍ଦିକ ଅଭିନନ୍ଦନ।













Leave a Reply