ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ, ୧୩/୧୦: ଦୀପାବଳି ପର୍ଯ୍ୟନ୍ତ ସ୍ତଗିତ ହେଲା UPI ନେଣଦେଣ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । NPCI ଅର୍ଥାତ୍ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ନିଜର ଅଧିକାରିକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ସୂଚନା ଦେଇଛନ୍ତି ।
ସୂଚନନୁଯାୟୀ,ପୁର୍ବରୁ UPI ପେମେଣ୍ଟ ଉପରେ ଶୁଳ୍କ ଲାଗୁ କରିବା ନିଷ୍ପତ୍ତିକୁ ଘୁଞ୍ଚାଇବା ନେଇ ବ୍ୟବସାୟୀମାନେ ଲଗାତାର ଦାବି କରୁଥିଲେ।
NPCI ପକ୍ଷରୁ କୁହାଯାଇଛି ଯେ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟିକ ନେଣଦେଣ ଉପରେ MDR ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପରେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ଅର୍ଥାତ୍, ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବାକୁ ଥିବା MDR ନିୟମକୁ ଏବେ ଦୀପାବଳି ପରେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ମିଳିପାରେ।
ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, UPI ମାଧ୍ୟମରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ କଲେ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟିକ ନେଣଦେଣ ଉପରେ ୦.୪ ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ଥିଲା।
ଉଦାହରଣ ସ୍ୱରୂପ, ଯଦି ଜଣେ ଗ୍ରାହକ କୌଣସି ଦୋକାନରୁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣି UPI ମାଧ୍ୟମରେ ପେମେଣ୍ଟ କରନ୍ତି, ତେବେ ଏହି ଶୁଳ୍କ ଲାଗୁ ହେବାର ବ୍ୟବସ୍ଥା ଥିଲା। କିନ୍ତୁ ଏହି ଶୁଳ୍କ ଗ୍ରାହକଙ୍କୁ ଦେବାକୁ ପଡ଼ିନଥାନ୍ତା। ଏହା ଦୋକାନୀ ବା ବ୍ୟବସାୟୀଙ୍କୁ ହିଁ ଦେବାକୁ ପଡ଼ିଥାନ୍ତା।
ଅର୍ଥାତ୍, ଜଣେ ଗ୍ରାହକ ୪,୦୦୦ ଟଙ୍କାର ସାମଗ୍ରୀ କିଣିଲେ ତାଙ୍କୁ କେବଳ ୪,୦୦୦ ଟଙ୍କା ହିଁ ପେମେଣ୍ଟ କରିବାକୁ ପଡ଼ିଥାନ୍ତା। ଏହା ଉପରେ ଲାଗୁ ହେବାକୁ ଥିବା MDR ଶୁଳ୍କ ଦୋକାନୀଙ୍କୁ ବହନ କରିବାକୁ ପଡ଼ିଥାନ୍ତା।
ସେହିପରି ଟେଲିକମ୍, ବୀମା, ରେଳବାଇ ଏବଂ ଇନ୍ଧନ ଭଳି କିଛି କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୫ ଟଙ୍କାର ନିର୍ଦ୍ଦିଷ୍ଟ MDR ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ରହିଥିଲା । ତେବେ ଏହି ଶୁଳ୍କ ମଧ୍ୟ ଗ୍ରାହକଙ୍କଠାରୁ ଆଦାୟ କରାଯାଇପାରିନଥାନ୍ତା। ଏହାକୁ ମଧ୍ୟ ସମ୍ପୃକ୍ତ ବ୍ୟବସାୟୀ ବା ସେବା ପ୍ରଦାନକାରୀ ସଂସ୍ଥାକୁ ହିଁ ଦେବାକୁ ପଡ଼ିଥାନ୍ତା।
୨୦୦ ଟଙ୍କାରୁ ଅଧିକ ଦୋକାନକୁ ପେମେଣ୍ଟ (P2M) କଲେ ୦.୪% MDR
– ୭୫,୦୦୦ ଟଙ୍କାରୁ ଅଧିକ ହେଲେ ସର୍ବାଧିକ ୩୦୦ ଟଙ୍କା
– ଯେମିତି ୩୦୦୦ ଟଙ୍କା ଦେଲେ ଦୋକାନୀ ୧୨ ଟଙ୍କା ଦେବ
– ବ୍ୟକ୍ତିରୁ ବ୍ୟକ୍ତି (P2P) ଫ୍ରି, ୨୦୦୦ ପର୍ଯ୍ୟନ୍ତ ପେମେଣ୍ଟ ଫ୍ରି, ମାସକୁ ୧ ଲକ୍ଷରୁ କମ୍ ନେଉଥିବା ଛୋଟ ଦୋକାନୀଙ୍କ ପାଇଁ ଫ୍ରି













Leave a Reply