ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୩/୧୦: ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ। ପ୍ରଚାରର ଶେଷ ଦିନରେ ଜୋରଦାର କ୍ୟାମ୍ପେନିଂ ଆରମ୍ଭ ହୋଇଯାଇଛି । ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ସକାଳୁ ସକାଳୁ ବାହାରି ପଡିଛନ୍ତି ପ୍ରାର୍ଥୀ । ଦିନରେ କ୍ଲାସରୁମ୍ରୁ କ୍ଲାସରୁମ୍, ରାତିରେ ହଷ୍ଟେଲରୁ ହଷ୍ଟେଲ। ଭୋଟରଙ୍କୁ ମନାଇବା ପାଇଁ ଲାଗିପଡ଼ିଛନ୍ତି ତିନି ପ୍ରମୁଖ ଛାତ୍ର ସଂଗଠନ।
ଆସନ୍ତାକାଲି ହେବ Why I Stand For ମିଟିଂ। ଆଉ ଗୁରୁବାର ପଡ଼ିବ ଭୋଟ୍।
ଆଉ ମାତ୍ର ଦିନକ ପରେ ଛାତ୍ର ସଂସଦ ନିର୍ବାଚନ ଥିବାରୁ ଭୋଟ୍ ହାତେଇବାକୁ ଗ୍ରାଉଣ୍ଡରେ ଝାଳବୁହା ପରିଶ୍ରମ କରୁଛନ୍ତି ଛାତ୍ରନେତା । କ୍ୟାମ୍ପସରେ ଜୋରସୋରରେ ଚାଲିଛି କ୍ୟାମ୍ପେନିଂ । ବିଶେଷକରି ଭୁବନେଶ୍ବରରେ ପ୍ରମୁଖ ୟୁନିଭର୍ସିଟି ବାଣୀବିହାର, ରମାଦେବୀରେ ଜୋରଦାର କ୍ୟାମ୍ପେନିଂ ଚାଲିଥିବା ବେଳେ ବିଜେବି କଲେଜ, କଟକର ରେଭେନ୍ସା ୟୁନିଭର୍ସିଟିରେ ପ୍ରବଳ କସରତ୍ କରୁଛନ୍ତି ଛାତ୍ର ନେତା । ଏପରିକି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କହିବା ସହ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଭୋଟ ମାଗୁଛନ୍ତି ପାର୍ଥି ।
ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଅନୁଯାୟୀ ଲିଙ୍ଗଡୋ କମିଟି ଗାଇଡଲାଇନ କଡାକଡି ପାଳନ ହେବ। ପ୍ରିଣ୍ଟେଡ୍ ପୋଷ୍ଟର, ଟଙ୍କା ବାଣ୍ଟିବା ମନା। ଶୃଙ୍ଖଳା ଭଙ୍ଗ କଲେ ପ୍ରାର୍ଥୀପତ୍ର ବାତିଲ।













Leave a Reply