ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ ,୧୨/୧୦: ହାଇଟେକ୍ କ୍ରିକେଟ୍ ଷ୍ଟାଡିୟମରେ ୧୧ତମ ଦୃଷ୍ଟିବାଧିତ ପୁରୁଷ ରାଜ୍ୟ କ୍ରିକେଟ୍ ଚାମ୍ପିୟନସିପ୍ ଉଦଘାଟିତ ହୋଇଯାଇଛି।

ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୮ଟି ଟିମ୍ ଯୋଗଦେଇଛନ୍ତି। ହାଇଟେକ୍ ଗ୍ରୁପ୍ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଆନୁଷ୍ଠାନିକ ଭାବରେ କ୍ରିକେଟର ଏହି ମହାକୁମ୍ଭକୁ ଉଦଘାଟନ କରି, ଦୃଷ୍ଟିବାଧିତ କ୍ରିକେଟ୍ ମହାସଂଘକୁ ହାଇଟେକ୍ ଗ୍ରୁପ୍ ତରଫରୁ ପୃଷ୍ଠପୋଷକତା ଜାରି ରଖିବା ସହ ଆସନ୍ତା ଦିନରେ ଏହାକୁ ଦେଶର ଏକନମ୍ବର କ୍ରିକେଟ୍ ମହାସଂଘ ଭାବେ ଗଢିତୋଳିବାକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି।

ଆନ୍ତର୍ଜାତୀୟ କ୍ରିକେଟ୍ ତାରକା ତଥା ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘର ସଭାପତି ଜାଫର ଇକୱାଲ୍ ଓ ମହାସଂଘର ଉପଦେଷ୍ଟା ମେଜର ଡକ୍ଟର କଳ୍ପନା ଦାସ ଏହି ଚାମ୍ପିୟନସିପ୍ ପରିଚାଳନା କରୁଛନ୍ତି। ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲର ଅଧ୍ୟକ୍ଷକ ପ୍ରଫେସର ଡାକ୍ତର ସୀତାରମ ମହାପାତ୍ର, ଡାକ୍ତର ଚନ୍ଦନ ସାମନ୍ତରାୟ, ପ୍ରଶାସନିକ ଅଧକ୍ଷା ମାଲକିନ ବେହେରା, ଡାକ୍ତର ଅମ୍ରିତ ପଟ୍ଟ ଯୋଶୀ, କ୍ରୀଡା ଓ ସଂସ୍କୃତି ନିର୍ଦ୍ଦେଶକ ଲଳିତେନ୍ଦୁ ମହାନ୍ତି, ସିଓଓ ଜ୍ୟୋତିର୍ମୟ ପଣ୍ଡା, ପ୍ରଶାସନିକ ଅଧିକାରୀ ତରୁଣ ଗୋପେଶ୍ୱର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।













Leave a Reply