ମୋବାଇଲ୍ ଗେମ୍ ଖେଳି ବିଶ୍ୱ ରେକର୍ଡ! ବିହାରର ଦିଘୱାରାର ୧୯ ବର୍ଷୀୟ ଯୁବକ ଶୁଭମ କୁମାର

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: ମୋବାଇଲ୍ ଗେମ୍ ଖେଳି ବିଶ୍ବ ରେକର୍ଡ |ବିହାରର ଦିଘୱାରା ଅଞ୍ଚଳର ୧୯ ବର୍ଷୀୟ ଯୁବକ ଶୁଭମ କୁମାର ମୋବାଇଲ ଗେମ ‘କ୍ୟାଣ୍ଡି କ୍ରସ୍ ସାଗା’ରେ ୨୨,୨୨୨ ସ୍ତର ଅତିକ୍ରମ କରି ‘ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ଼ସ୍’ରେ ନିଜ ନାମ ପଞ୍ଜିକରଣ କରିଛନ୍ତି । ଏହି ପଜଲ୍ ଗେମରେ ଗୋଟିଏ ରଙ୍ଗର କ୍ୟାଣ୍ଡି ମେଳ କରି ବିଭିନ୍ନ ଟାର୍ଗେଟ୍ ପୂରା କରାଯାଏ |

ଯାହା ବିଶ୍ୱର ସବୁଠାରୁ ଲୋକପ୍ରିୟ ଗେମଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ଏହାର ୫ ଅର୍ବରୁ ଅଧିକ ଡାଉନଲୋଡ୍ ହୋଇସାରିଛି । ୧୯ ବର୍ଷ ବୟସରେ ଏହି ବିରଳ ସଫଳତା ହାସଲ କରିଥିବା ଶୁଭମଙ୍କୁ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରକର୍ଡ଼ସ୍ ପକ୍ଷରୁ ‘କ୍ୟାଣ୍ଡି କ୍ରସ୍ ସାଗାରେ ସବୁଠାରୁ ଅଧିକ ଲେଭେଲ୍ ହାସଲ କରିଥିବା ଟିନଏଜର୍’ କେଟାଗୋରୀରେ ସାମିଲ କରାଯାଇଛି । ସୋସିଆଲ ମିଡିଆରେ ତାଙ୍କୁ ଖୁବ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳୁଛି ।

ରେକର୍ଡ ଅନୁଯାୟୀ ଶୁଭମ ୫ ଜୁଲାଇ ୨୦୨୬ରେ ୧୯ ବର୍ଷ ୮ ମାସ ୨୫ ଦିନ ବୟସରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। କାଟାଗୋରୀ ହେଲା – “Highest Level Achieved in Candy Crush Saga (Teenager)”

ଶୁଭମ ସିୱାନ ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ର। ସେ କହିଛନ୍ତି “ବର୍ଷ ବର୍ଷର ଧର୍ଯ୍ୟ ଓ ଲଗାତର ଖେଳର ଫଳ”।ମଜା କଥା ହେଉଛି ସେ ୨୨,୨୨୨ରେ ଅଟକି ନାହାଁନ୍ତି। ଅଫିସିଆଲ୍ Candy Crush କମ୍ୟୁନିଟିରେ ସେ ନିଜେ ପୋଷ୍ଟ କରି ଜଣାଇଛନ୍ତି ଯେ ଏବେ ସେ ୨୩,୧୬୫ ଲେଭଲ୍ ପାର କରିସାରିଲେଣି। ତେବେ ଅଫିସିଆଲ୍ ରେକର୍ଡ ୨୨,୨୨୨ ହିଁ ରହିବ।

 

Leave a Reply

Your email address will not be published. Required fields are marked *