ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: ଦେଶରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟ ବିଧାନସଭା ମୁଖ୍ୟ ନିର୍ବାଚନ କମିସନର (CEC) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ପ୍ରସ୍ତାବ ପାରିତ କରିଛି | କେରଳମ୍ ବିଧାନସଭାର ୧୬ତମ ଅଧିବେଶନର ଦ୍ୱିତୀୟ ସେସନର ପ୍ରଥମ ଦିନ ଆଜି ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ୍ ଏହି ପ୍ରସ୍ତାବ ଆଣିଥିଲେ। ୧୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ନେତୃତ୍ୱାଧୀନ UDFର ୧୦୨ ଜଣ ଓ CPI(M) ନେତୃତ୍ୱାଧୀନ LDFର ୩୫ ଜଣ ବିଧାୟକ ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ, ବିଜେପିର ୩ ବିଧାୟକ ବିରୋଧ କରିଥିଲେ |
କେରଳମ୍ ବିଧାନସଭା ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ଦେଶର ମୁଖ୍ୟ ବିଚାରପତିଙ୍କୁ ନେଇ ଏକ ନୂତନ ନିର୍ବାଚନ କମିସନ ଚୟନ କମିଟି ଗଠନ କରିବାକୁ ଦାବି କରିଛି। ଏହା ସହିତ ଏସଆଇଆରରେ ଅଭିଯୋଗ ହୋଇଥିବା ଅନିୟମିତତାର ସମାଧାନ କରିବାକୁ ମଧ୍ୟ ଆହ୍ୱାନ କରିଛି। ନିର୍ବାଚନ କମିଶନଙ୍କ ସମ୍ପର୍କରେ ଉଠାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ କେରଳ ମୁଖ୍ୟମନ୍ତ୍ରୀ ଭି.ଡି. ସତୀସନ୍ କହିଛନ୍ତି, ଆମର ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ସହିତ କୌଣସି ବୁଝାମଣା କରାଯାଇପାରିବ ନାହିଁ। ଭୋଟର ତାଲିକାରେ ପରିବର୍ତ୍ତନ, ଯୋଗ୍ୟ ଭୋଟରଙ୍କୁ ବାଦ୍ ଦେବା ଏବଂ ନିର୍ବାଚନ କମିସନଙ୍କ ନିରପେକ୍ଷତା ବିଷୟରେ ଉଠାଯାଇଥିବା ଗମ୍ଭୀର ପ୍ରସଙ୍ଗକୁ ଅଣଦେଖା କରାଯାଇପାରିବ ନାହିଁ।
ଭୋଟ ଦେବାର ଅଧିକାର ହେଉଛି ଆମ ଗଣତନ୍ତ୍ରର ମୂଳଦୁଆ। କୌଣସି ଅନୁଷ୍ଠାନକୁ ଆମ ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଆମର ଆଭିମୁଖ୍ୟ ସ୍ପଷ୍ଟ। ଭୋଟ ଦେବାର ଅଧିକାରକୁ ସୁରକ୍ଷିତ ରଖିବାକୁ ପଡ଼ିବ। ସମ୍ବିଧାନକୁ ସମ୍ମାନ ଦେବାକୁ ପଡିବ। ଗଣତନ୍ତ୍ରକୁ ବଜାୟ ରଖିବାକୁ ପଡିବ। ଅନୁଷ୍ଠାନର ସ୍ୱାଧୀନତା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ କେରଳମ୍ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଦୃଢ଼ ଭାବରେ ଠିଆ ହୋଇଛି।
ମୁଖ୍ୟମନ୍ତ୍ରୀ ସତୀଶନ୍ Xରେ ଲେଖିଛନ୍ତି, “Keralam makes history. ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ସହ କୌଣସି ଆପୋଷ ନୁହେଁ। ଭୋଟ ଅଧିକାର ଗଣତନ୍ତ୍ରର ମୂଳଦୁଆ।”ଏହି ପ୍ରସ୍ତାବ ଏବେ ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ।













Leave a Reply