ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା, ଷ୍ଟୋନ କ୍ରସର ବିବାଦରୁ ଗାଁ ଲୋକଙ୍କ ଆକ୍ରମଣ !

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: ରାଜସ୍ଥାନର ଭରତପୁର ଜିଲ୍ଲାରେ ଚାଞ୍ଚଲ୍ୟ। ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ଗାଁ ଲୋକେ ଲାଠି-ପଥରରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି | ଏହି ଅଞ୍ଚଳ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିଜସ୍ବ ଜିଲା ହୋଇଥିବା ବେଳେ , ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭଦାନା ପୂର୍ବରୁ ଭାଜପା କିଷାନ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ। ରବିବାର ବିଳମ୍ବିତ ସାରେ ଭଦାନା ନିଜର କ୍ରସର୍‌ ପ୍ଲାଣ୍ଟରେ ଥିବା ସମୟରେ ୭୦ରୁ ୮୦ ଜଣିଆ ଏକ ଉତ୍ତ୍ୟକ୍ତ ଗୋଷ୍ଠୀ ସେଠାରେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୂର୍ବତନ ବିଧାୟକ ଏବଂ ତାଙ୍କ ସହଯୋଗୀ ଗଗନ ଶର୍ମା ଗୁରୁତର ଆହତ ହୋଇଥିଲେ।

ଅଭିଯୋଗ ରହିଛି ଯେ ଆକ୍ରମଣକାରୀମାନେ ବାଡ଼ି, ରଡ, ଇଟା ଏବଂ ପଥର ବ୍ୟବହାର କରି ଉକ୍ତ ଦୁଇଜଣଙ୍କ ସମେତ ପ୍ଲାଣ୍ଟରେ ଉପସ୍ଥିତ ଥିବା ଅନ୍ୟ କେତେକ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପୂର୍ବତନ ବିଧାୟକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଗୁଳି ମଧ୍ୟ କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ଦିଆଯିବା ପରେ ମଧ୍ୟ ପୋଲିସ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ପହଞ୍ଚି ନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।

ଭଦାନା ଏବଂ ଶର୍ମାଙ୍କୁ ପ୍ରଥମେ ଏକ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ, ଶର୍ମାଙ୍କୁ ଭରତପୁର ସହରର ଏକ ଡାକ୍ତରଖାନାକୁ ଏବଂ ପୂର୍ବତନ ବିଧାୟକଙ୍କୁ ଜୟପୁରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଜୟପୁରସ୍ଥିତ ଏସଏମଏସ (SMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭଦାନାଙ୍କ ମୃତ୍ୟୁ ଘଟିଥିଲା।

ଭଦାନା ମୂଳତଃ ହରିୟାଣାର ବାସିନ୍ଦା ଥିଲେ। ଏକ ପଥର କ୍ରସର୍‌ ପ୍ଲାଣ୍ଟକୁ ଯିବା ପାଇଁ ଥିବା ରାସ୍ତାକୁ ନେଇ ପୂର୍ବତନ ବିଧାୟକ ଅତର ସିଂହ ଭଦାନା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ କିଛି ଦିନ ଧରି ବିବାଦ ଚାଲିଥିଲା। ଗ୍ରାମବାସୀମାନେ ଏହାକୁ ନେଇ କିଛି ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ଯାହାକୁ ପୂର୍ବତନ ବିଧାୟକ ବନ୍ଦ କରାଇବାରେ ସଫଳ ହୋଇଥିଲେ। ତେବେ ରବିବାର ପରିସ୍ଥିତି ଉତ୍କଟ ହୋଇପଡ଼ିଥିଲା। ପୂର୍ବତନ ବିଧାୟକ ଅତର ସିଂହ ନିଜ ପତ୍ନୀ ଏବଂ ଅନ୍ୟ ସହଯୋଗୀଙ୍କ ସହ ସେହି କ୍ରସର୍‌ ପ୍ଲାଣ୍ଟ ପରିଦର୍ଶନ କରିବାକୁ ଯାଇଥିଲେ। ସେଠାରେ ୭୦-୮୦ ଜଣିଆ ଏକ ଗୋଷ୍ଠୀ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ।

ଭଦାନା ମୂଳତଃ ହରିୟାଣାର ବାସିନ୍ଦା ଓ ୨୦୦୩-୨୦୦୮ରେ ରାଜସ୍ଥାନ ବାୟାନାରୁ ଭାଜପା ବିଧାୟକ ଥିଲେ। ଗାଁରେ ଅତିରିକ୍ତ ପୁଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *