କଂଗ୍ରେସର ପ୍ରତିବାଦ ପୂର୍ବରୁ ସୁରକ୍ଷା କାରଣ ଦର୍ଶାଇ ଛଅଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ସୋମବାର ଅର୍ଥାତ ଆଜି ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା କରିବେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଭୋଟ ଚୋରି’ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି କରିବେ। ପୂର୍ବରୁ କଂଗ୍ରେସ ସମେତ ଅନେକ ବିରୋଧୀ ଏକତ୍ରିତ ହୋଇ ଦାବି କରିଆସୁଥିବା ବେଳେ, ଆଜି ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା କରିବେ। ତେବେ ଏହା ପୂର୍ବରୁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ରବିବାର ବିଳମ୍ବିତ ରାତିରେ ଘୋଷଣା କରିଛି ଯେ ସୋମବାର ଦିଲ୍ଲୀର ଛଅଟି ମେଟ୍ରୋ ଷ୍ଟେସନ ବନ୍ଦ ରହିବ।

ବନ୍ଦ ହୋଇଥିବା ୬ ଷ୍ଟେସନ:
୧. ପଟେଲ ଚୌକ
୨. ଜନପଥ
୩. ରାଜୀବ ଚୌକ
୪. ମଣ୍ଡି ହାଉସ
୫. ସେଣ୍ଟ୍ରାଲ ସେକ୍ରେଟାରୀଏଟ୍
୬. ବାରଖମ୍ବା ରୋଡ୍

DMRC କହିଛି, ଏହି ଷ୍ଟେସନଗୁଡିକରେ ଇଣ୍ଟରଚେଞ୍ଜ ସୁବିଧା ଜାରି ରହିବ, କେବଳ ବାହାରକୁ ବାହାରିବା ଓ ଭିତରକୁ ଯିବା ବନ୍ଦ ରହିବ। ସୁରକ୍ଷା ଏଜେନ୍ସୀ ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ଅପଡେଟ୍ ଦେବେ।

ସୁରକ୍ଷା କାରଣ ଦର୍ଶାଇ DMRC ଘୋଷଣା କରିଛି ଯେ ଛଅଟି ମେଟ୍ରୋ ଷ୍ଟେସନ ସକାଳ ୬:୦୦ ରୁ ଅପରାହ୍ନ ୪:୦୦ ପର୍ଯ୍ୟନ୍ତ ବନ୍ଦ ରହିବ।

DMRC ଅନୁଯାୟୀ, ସୁରକ୍ଷା କାରଣରୁ ୧୨ ଅକ୍ଟୋବର ୨୦୨୬ ସକାଳ ୬:୦୦ ରୁ ଅପରାହ୍ନ ୪:୦୦ ପର୍ଯ୍ୟନ୍ତ ଛଅଟି ମେଟ୍ରୋ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ ବନ୍ଦ ରହିବ। ତଥାପି ଏହି ଷ୍ଟେସନଗୁଡ଼ିକରେ ଇଣ୍ଟରଚେଞ୍ଜ ସୁବିଧା କାର୍ଯ୍ୟକ୍ଷମ ରହିବ।ତେବେ ଦିଲ୍ଲୀର ପଟେଲ ଚୌକ, ଜନପଥ, ରାଜୀବ ଚୌକ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ ଏବଂ ବାରଖମ୍ବା ରୋଡ ମେଟ୍ରୋ ଷ୍ଟେସନଗୁଡ଼ିକୁ ଆଜି ବନ୍ଦ କରାଯାଇଛି। CJP ପ୍ରତିବାଦ ଯୋଗୁଁ DMRC ପୂର୍ବରୁ ଅକ୍ଟୋବର ୧୦ରେ ଦିଲ୍ଲୀର ୪୫ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରିଥିଲା।

ଦିଲ୍ଲୀ ଟ୍ରାଫିକ ପୁଲିସ ମଧ୍ୟ ଟ୍ରାଫିକ ଡାଇଭର୍ସନ ନେଇ ଆଡଭାଇଜରୀ ଜାରି କରିଛି, ନୂଆଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇପାରେ |

Leave a Reply

Your email address will not be published. Required fields are marked *