ଭୁବନେଶ୍ୱର ୨୬/୯ : ଚାଷୀଙ୍କ ପାଇଁ ବଡ ଘୋଷଣା। OUAT କୃଷି ଶିକ୍ଷା ସଦନ, ଭୁବନେଶ୍ୱରରେ ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ ସହ “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ | କୃଷିର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ‘ଆଖୁ ଚାଷ ପ୍ରୋତ୍ସାହନ ଯୋଜନା’ର ବି ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ବଡ଼ମ୍ବା ଏବଂ ଆସିକା ଅଞ୍ଚଳର ଆଖୁ ଚାଷୀଙ୍କ ପାଇଁ ହେକ୍ଟର ପିଛା ₹୧୫,୦୦୦ ଇନପୁଟ୍ ସବସିଡି ଘୋଷଣା କରାଯାଇଛି। ଏହାଦ୍ୱାରା ଅଞ୍ଚଳର ଆଖୁ ଚାଷୀମାନେ ବେଶ୍ ଲାଭବାନ ହେବେ।
ଏହି ଅବସରରେ ରାଜ୍ୟର କୃଷକମାନଙ୍କୁ ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ସହ ଯୋଡ଼ି ହେବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି।
ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୮୫ଟି ରୂପାନ୍ତରିତ ମଣ୍ଡି ଏବଂ ୫୦ଟି ‘କଷ୍ଟମ୍ ହାୟାରିଂ ସେଣ୍ଟର’ର ଘୋଷଣା କରିଛନ୍ତି। ଏହାସହ ଗ୍ରାମାଞ୍ଚଳରେ ସେବା ଯୋଗାଇଦେବା ପାଇଁ ୨୫୦ଟି ଜନସେବା କେନ୍ଦ୍ର (CSC) ଏବଂ ୬୦ଟି ନୂତନ ‘Consumer Store’ (ଉପଭୋକ୍ତା ଭଣ୍ଡାର) ପ୍ରତିଷ୍ଠା ହେବା ନେଇ ଘୋଷଣା କରାଯାଇଛି।













Leave a Reply