ନିଆଳି ପନିର ଅପମିଶ୍ରଣ ଘଟଣା: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

ଭୁବନେଶ୍ୱର ୨୬/୯: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ । ନିଆଳି ପନିର ଅପମିଶ୍ରଣ କୁ ନେଇ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ନିଆଳି ଅଞ୍ଚଳରେ ଦାୟୀତ୍ଵରେ ଥିଲେ ଅମିତା ଦାସ ।

ସୂଚନାଯୋଗ୍ୟ, କଟକରେ ୭୩ କ୍ୱିଣ୍ଟାଲ ଭେଜାଲ ପନିର ଜବତ ହୋଇଥିଲା | ଅଗଷ୍ଟ ୧୯ରେ ମଧୁପାଟଣା-ଲିଙ୍କ ରୋଡରୁ ନିଆଳିରୁ ଆସୁଥିବା ୭୩ କ୍ୱିଣ୍ଟାଲ ଛେନା-ପନିର ଜବତ ହୋଇଥିଲା | ହରିୟାଣା ଲ୍ୟାବ ପରୀକ୍ଷାରେ ମଇଦା, ଆରାରୁଟ, କର୍ଣ୍ଣଫ୍ଲୋର ଓ ଡିଟରଜେଣ୍ଟ/ସର୍ଫ ଗୁଣ୍ଡ ମିଶ୍ରଣ ଥିବା ନେଇ ପ୍ରମାଣିତ ହୋଇଥିଲା | ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ନୃପେନ୍ଦ୍ର ଶତପଥୀଙ୍କ ସୂଚନା – ଏହା ସ୍ଲୋ ପଏଜନ, ଦୀର୍ଘଦିନ ଖାଇଲେ ଲିଭର-କିଡନୀ ନଷ୍ଟ ବୋଲି ସୂଚନା ଦେଇଥିଲେ | ଏନେଇ ରାଜ୍ୟ ସରକାର ଅବଗତ ହେବା ପରେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ବଦଳି କରିଛନ୍ତି |

Leave a Reply

Your email address will not be published. Required fields are marked *