ବିଜେପି ଉପରେ ଅସନ୍ତୋଷ କ୍ୟାପ୍ଟେନ୍ ଅମରିନ୍ଦର ସିଂହ

ଭୁବନେଶ୍ୱର ୨୬/୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ନେତା କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଏବେ ନିଜ ଦଳ ଉପରେ ଅସନ୍ତୋଷ ଅଛନ୍ତି | ଦଳ ତାଙ୍କୁ କୌଣସି କଥା ପଚାରୁ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି | ମୁଁ ୬୦ ବର୍ଷ ପଞ୍ଜାବ ରାଜନୀତିରେ ଅଛି, କିନ୍ତୁ ମୋ ପରେ ଆସିଥିବା ଓ ବର୍ଷେ ହୋଇନଥିବା ଲୋକେ ମଧ୍ୟ ମୋତେ ପଚାରୁନାହାଁନ୍ତି |

ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବା ବେଳେ ଦଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ବିଜେପିର ବରିଷ୍ଠ ନେତା କ୍ୟାପ୍ଟେନ୍ ଅମରିନ୍ଦର ସିଂହ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୁଇଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ସିଂହ କହିଛନ୍ତି ଯେ କିଛି ବିଜେପି କର୍ମକର୍ତ୍ତା ରାଜ୍ୟରେ ଦଳ କଥା ବୁଝୁଛନ୍ତି। କିନ୍ତୁ ସେମାନଙ୍କ ପାଖରେ ରାଜ୍ୟ ରାଜନୀତିର ଗୋଟିଏ ବର୍ଷର ବି ଅଭିଜ୍ଞତା ନାହିଁ। ଏହା ସତ୍ତ୍ୱେ ବି ଦଳ ତାଙ୍କୁ ପଚାରୁ ନାହିଁ ବୋଲି ଅମରିନ୍ଦର କହିଛନ୍ତି। ​​​​​​​ ମିଡିଆକୁ ପ୍ରତିକ୍ରିୟା ଦେଇ ଅମରିନ୍ଦର କହିଛନ୍ତି “ମୁଁ ଏବଂ ମୋର ସହଯୋଗୀମାନେ ପଞ୍ଜାବର ନିର୍ବାଚନୀ ରାଜନୀତିରେ ୬୦ ବର୍ଷ ବିତାଇଛୁ। ପଞ୍ଜାବ ପ୍ରସଙ୍ଗରେ ବିଜେପି ତାଙ୍କୁ ପରାମର୍ଶ କରୁନାହିଁ, ୪ ବର୍ଷ ବିଜେପିରେ ରହି କିଛି ଲାଭ ହେଲାନି | “ଏହା ମୋ କର୍ତବ୍ୟ ଯେ ପଞ୍ଜାବ ବିଷୟରେ ମୋ ମତ ଦଳକୁ ଜଣାଇବି, ଏହାର ଅର୍ଥ ନୁହେଁ ଯେ ମୁଁ ଦଳ ଛାଡୁଛି ବା କଂଗ୍ରେସକୁ ଫେରୁଛି” |

ଆମେ ପଞ୍ଜାବକୁ ବିଭିନ୍ନ ଉତ୍ଥାନ-ପତନ ଓ ଅସ୍ଥିରତା ମଧ୍ୟ ଦେଇ ଗତି କରିବାର ଦେଖିଛୁ ଏବଂ କିଛି କାର୍ଯ୍ୟ ମଧ୍ୟ କରିଛୁ। ଆମେ କେବଳ ଏତିକି ଆଶା କରୁଛୁ ଯେ, ବିଜେପି ଆମର ଅଭିଜ୍ଞତା ଉପରେ ଆଧାରିତ ମତାମତକୁ ଗ୍ରହଣ କରିବ ଏବଂ ତା’ର ମୂଲ୍ୟ ଦେବ।” କ୍ୟାପ୍ଟେନ୍ ଅମରିନ୍ଦର ସିଂହ ପୂର୍ବରୁ ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ। ସେ କଂଗ୍ରେସ ଦଳରୁ ହିଁ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଦଳ ଭିତରେ ମତଭେଦ ପାଇଁ ସେ ୨୦୨୧ରେ କଂଗ୍ରେସ ଛାଡ଼ି ନିଜର ଏକ ଦଳ ପଞ୍ଜାବ ଲୋକ କଂଗ୍ରେସର ଗଠନ କରିଥିଲେ।

ଏହାପରେ ୨୦୨୨ରେ ସେ ତାଙ୍କ ଦଳକୁ ବିଜେପି ସହିତ ମିଶାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *