ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ: ଗୁଜରାଟରେ ଜଳିବ ୮୮ ଲକ୍ଷରୁ ଅଧିକ ମାଟି ଦୀପ

ଭୁବନେଶ୍ୱର: ୧୭/୯ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ | ୭୬ତମ ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ | ତାଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି | ବିଶେଷ କରି ଗୁଜରାଟରେ ବ୍ୟାପକ ଆୟୋଜନ କରାଯାଇଛି। ଗୁରୁବାର, ସେପ୍ଟେମ୍ବର ୧୭ରେ ରାଜ୍ୟର ୧୮,୫୦୦ରୁ ଅଧିକ ସ୍ଥାନରେ ୮୮ ଲକ୍ଷରୁ ଅଧିକ ମାଟି ଦୀପ ପ୍ରଜ୍ଜ୍ୱଳନ କରାଯିବ।

ସନ୍ଧ୍ୟା ୭ଟାରେ ରାଜ୍ୟର ବିଭିନ୍ନ ଜିଲା, ମହାନଗର ନିଗମ, ପୌରପାଳିକା ଓ ସ୍ଥାନୀୟ ୟୁନିଟଗୁଡ଼ିକରେ ଆୟୋଜିତ ହେବ। ଏହା ପୂର୍ବରୁ ସନ୍ଧ୍ୟା ୬ଟାରୁ ଭକ୍ତି ସଙ୍ଗୀତ, ସତ୍ସଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗୁଜରାଟ ସରକାରଙ୍କ ପ୍ରବକ୍ତା ତଥା କ୍ୟାବିନେଟ ମନ୍ତ୍ରୀ ଜିତୁ ବାଘାଣୀ କହିଛନ୍ତି ଯେ, ମୋଦିଙ୍କ ଜନ୍ମଦିନ ଅବସରରେ ୧୮,୫୦୦ରୁ ଅଧିକ ସ୍ଥାନରେ ୮୮ ଲକ୍ଷରୁ ଅଧିକ ମାଟି ଦୀପ ଜଳାଯିବ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ଦେଶର ସେବା ଜାରି ରଖିବା ପାଇଁ ଏହି ଅବସରରେ ପ୍ରାର୍ଥନା କରାଯିବ।

ସୂଚାନଯୋଗ୍ୟ, ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ଭଡ଼ନଗରରେ ଜନ୍ମଗ୍ରହଣ କରିଥିବା ମୋଦୀ ଗୁରୁବାର ଦିନ ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ଦେଶ ବ୍ୟାପି ବିଜେପି ପକ୍ଷରୁ ବେଶ ଧୁମ ଧାମ ରେ ପାଳନ ଚାଲିଛି ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ | ବିଜେପି ପକ୍ଷରୁ ‘ସେବା ସଂକଳ୍ପ’ ସହିତ ଜନ୍ମଦିନ ପାଳନ ହେଉଛି | ଶୁଭେଚ୍ଛାର ସୁଅ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭୬ତମ ଜନ୍ମଦିନରେ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *