ଭୁବନେଶ୍ୱର: ୧୭/୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନ୍ରେ ଅଛନ୍ତି ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଉଦ୍ଧାର ଓରାଙ୍ଗଉଟାନ୍ | ଉଦ୍ଧାର ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍ଙ୍କ ମଧ୍ୟରୁ ୩ ଜଣଙ୍କୁ ରକ୍ତହୀନତା ଥିବା ନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି ।
ଚିଡ଼ିଆଖାନା ଦ୍ୱାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀରୁ ଏହି ସୂଚନା ହସ୍ତଗତ ହୋଇଛି | ତେବେ ଅନ୍ୟ ଦୁଇ ଜଣଙ୍କ ସାମାନ୍ୟ ରକ୍ତହୀନତା ଥିବା ଜଣାପଡ଼ିଛି।
ତେବେ ବୈଷୟିକ କମିଟିର ପରାମର୍ଶ କ୍ରମେ ଉକ୍ତ ତିନୋଟି ଶିଶୁ ଓରାଙ୍ଗଉଟାନ୍ଙ୍କ ପାଇଁ ସହାୟକ ପୁଷ୍ଟିକର ଖାଦ୍ୟ ଓ ଔଷଧ ପ୍ରଦାନ ଆରମ୍ଭ କରାଯାଇଛି। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍ଙ୍କ ଶରୀରର ତାପମାତ୍ରା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚକାଙ୍କ ସ୍ୱାଭାବିକ ଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ପାଞ୍ଚଟି ଓରାଙ୍ଗଉଟାନ୍ଙ୍କ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା।













Leave a Reply