ଭୁବନେଶ୍ୱର: ୧୭/୯ : ଜାମ୍ମୁ ଓ କାଶ୍ମୀର ଉଦ୍ଧମପୁରରେ ଗର୍ଜିଛି ଯବାନଙ୍କ ଗୁଳି | ଫଳରେ ୨ ଆତଙ୍କୀ ନିପାତ ହୋଇଛନ୍ତି । ମୃତ ଆତଙ୍କୀଙ୍କ ପରିଚୟ ମିଳିପାରିନଥିବା ବେଳେ, ଉଦ୍ଧମପୁରର ସୋହାନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଏହି ଆତଙ୍କୀଙ୍କ ସନ୍ଧାନ ମିଳିଥିଲା । ସେମାନଙ୍କ ସନ୍ଦିଗ୍ଧ ଆଚରଣକୁ ନେଇ ଯବାନମାନେ ଏନକାଉଣ୍ଟର କରିଥିଲେ ଫଳରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି | ନିରାପତ୍ତା ରକ୍ଷୀଙ୍କ ଉପରକୁ ଆତଙ୍କୀ ପ୍ରଥମେ ଗୁଳି ଚଳାଇବା ପରେ ପାଲଟା ଜବାବ ଦେଇଥିଲେ ଯବାନ।
ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀ ଲୁଚି ରହିଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ପୋଲିସ ଏବଂ ସେନାର ‘ପାରା (ସ୍ପେଶାଲ ଫୋର୍ସେସ୍)’ର ମିଳିତ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ୍ ବା ଖୋଜାଖୋଜି ଅଭିଯାନ ଜାରି ରହିଛି।
ସେହି ଅଞ୍ଚଳରେ କିଛି ବ୍ୟକ୍ତିଙ୍କ ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସୋହାନ ଅଞ୍ଚଳରେ ଏକ ବ୍ୟାପକ ଘେରାଉ ଓ ଖୋଜାଖୋଜି ଅଭିଯାନ ଆରମ୍ଭ କରାଯାଇଥିଲା।
ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମାଲଜାଟା ଅଞ୍ଚଳରେ ଗୁଳି ଶବ୍ଦ ଶୁଣିବାକୁ ମିଳିବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀର ଘେରାଉ କଡ଼ାକଡ଼ି ହେବା ମାତ୍ରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଅନ୍ଧାଧୁନ୍ ଗୁଳିଚାଳନା କରିଥିଲେ, ଯାହା ଫଳରେ ସୁରକ୍ଷା ବାହିନୀ ସହ ଏକ ଭୀଷଣ ଗୁଳିବିନିମୟ ହୋଇଥିଲା ଏବଂ ଏହା ରାତିସାରା ଚାଲିଥିଲା।
ଗୁରୁବାର ଭୋର ସମୟରେ ଚାଲିଥିବା ଖୋଜାଖୋଜି ଅଭିଯାନ ସମୟରେ ସୁରକ୍ଷା ବାହିନୀ ଦୁଇଜଣ ସନ୍ଦିଗ୍ଧ ବିଦେଶୀ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲା; ସେମାନେ ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି।













Leave a Reply