ଛୋଟ ଛୋଟ ପିଲାଙ୍କ ଗହଣରେ ଅଭିନେତା ଚନ୍ଦନ କରଙ୍କ ଜନ୍ମଦିନ ପାଳନ

ଭୁବନେଶ୍ୱର,୧୬/୯ : ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି ଓଲିଉଡ୍‌ ଅଭିନେତା ଚନ୍ଦନ କର। ଜନ୍ମଦିନ ଅବସରରେ ସକାଳୁ ଠାକୁର ଦର୍ଶନ କରିବା ପରେ ସେ ସିଧାସଳଖ ପହଞ୍ଚିଥିଲେ ସତ୍ୟ ଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ।

ସେଠାରେ ଛୋଟଛୋଟ ପିଲାଙ୍କ ଗହଣରେ କେକ୍ କାଟି ନିଜ ଜନ୍ମଦିନ ପାଳନ କରିଥିଲେ ଚନ୍ଦନ । ପିଲାମାନଙ୍କ ସହ ହସଖୁସିରେ କିଛି ସମୟ ବିତାଇବା ସହିତ ସେମାନଙ୍କ ସହ ଜନ୍ମଦିନର ଖୁସି ବାଣ୍ଟିଥିଲେ । ଏହି ଅବସରରେ ପିଲାମାନେ ମଧ୍ୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ନିଜ ଜନ୍ମଦିନର ଖୁସିକୁ କେବଳ ନିଜ ମଧ୍ୟରେ ସୀମିତ ନ ରଖି ଏହି ପିଲାମାନଙ୍କ ସହ ବାଣ୍ଟିବାର ଚନ୍ଦନଙ୍କ ଏହି ପ୍ରୟାସ ଏକ ଭିନ୍ନ ବାର୍ତ୍ତା ଦେଇଛି । ପିଲାମାନଙ୍କ ସହ ସମୟ ବିତାଇ ସେମାନଙ୍କ ଭଲପାଇବା ଓ ଶୁଭେଚ୍ଛା ଗ୍ରହଣ କରିଥିଲେ ଅଭିନେତା । ଚନ୍ଦନ କରଙ୍କ ଏହି ନିଆରା ଜନ୍ମଦିନ ପାଳନକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *