ନୂଆଦିଲ୍ଲୀ, ୧୨/୯: ଆଗକୁ ଗୋଆ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (AAP) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଗୋଆ ଫରୱାର୍ଡ ପାର୍ଟି’ (GFP) ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବା ନେଇ ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ‘ ସମ୍ପର୍କରେ ଘୋଷଣା କରିଛନ୍ତି। ଉଭୟ ଦଳ ଆଗାମୀ ବିଧାନସଭା ନିର୍ବାଚନ ମିଳିତ ଭାବେ ଲଢ଼ିବେ।
କେଜରିୱାଲ କହିଛନ୍ତି ଯେ AAP ଏବଂ ଗୋଆ ଫରୱାର୍ଡ ପାର୍ଟି ମଧ୍ୟରେ ହୋଇଥିବା ଏହି ମେଣ୍ଟର ନାମ ‘ଗୋଆ ଫାଷ୍ଟ’ (Goa First) ରଖାଯିବ। ଏହି ଘୋଷଣା ଗୋଆର ରାଜନୈତିକ ପରିବେଶରେ ନିର୍ବାଚନୀ ସମୀକରଣକୁ ନେଇ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି।
ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜରିୱାଲ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର ରଣନୀତି ସମ୍ପର୍କରେ ସୂଚନା ଦେଇଥିଲେ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ ‘ଆପ’ (AAP) ଏବଂ ‘ଗୋଆ ଫରୱାର୍ଡ ପାର୍ଟି’ ମିଳିତ ଭାବେ ନିର୍ବାଚନ ଲଢ଼ିବେ।













Leave a Reply