ନୂଆଦିଲ୍ଲୀ, ୧୦/୯ : ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଧ୍ୟ | ତେବେ ଏହାରି ମଧ୍ୟରେ ଯୁଦ୍ଧରେ ପାକିସ୍ତାନ ସାମିଲ ହେବାର ଆଶଙ୍କା ଦେଖାଦେଇଛି| ଫଳରେ ଯୁଧ୍ୟ ଆହୁରି ଭୟଙ୍କର ରୂପ ନେଇପାରେ। ଇରାନର ସହଯୋଗୀ ହୁତି ଉପରେ ପାକିସ୍ତାନ ଆକ୍ରମଣ କରେ ତେବେ ମଧ୍ୟପ୍ରାଚ୍ୟର ସ୍ଥିତି ଆହୁରି ଜଟିଳ ହୋଇପାରେ।
ସୂଚନାଯୋଗ୍ୟ, ସାଉଦି ଆରବ ଉପରେ ହୁତି ପକ୍ଷରୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ପରେ ଏହି ଆଶଙ୍କା ଉତ୍ପନ ହୋଇଛି | ଏହି ଆକ୍ରମଣରେ ୭୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି | ମକ୍କା ପ୍ରତିରକ୍ଷା ଚୁକ୍ତି ଯୋଗୁଁ ମଧ୍ୟ ପାକିସ୍ତାନ ହୁତି ବିରୋଧରେ ସାମରିକ ପଦକ୍ଷେପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ତୁର୍କୀ, ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଅନୁସାରେ, ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣକୁ ସାମୂହିକ ଆକ୍ରମଣ ଭାବେ ବିବେଚନା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ମିଳିତ ଭାବେ ପ୍ରତିଆକ୍ରମଣ କରାଯାଇପାରିବ। ଏହି ପରିସ୍ଥିତିରେ ୟେମେନରେ ଥିବା ହୁତି ଘାଟିକୁ ଟାର୍ଗେଟ କରି ପାକିସ୍ତାନ ଖୁବଶୀଘ୍ର ଏୟାରଷ୍ଟ୍ରାଇକ୍ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ , ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ୟେମେନର ସଂଘର୍ଷ ଯଦି ସାଉଦି ଆରବକୁ ପ୍ରଭାବିତ କରେ, ତେବେ ମକ୍କା ଚୁକ୍ତିର ସାମୂହିକ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ହୋଇପାରେ। ଏହାକୁ ନେଇ ଇରାନ-ହୁତି ସଂଘର୍ଷରେ ପାକିସ୍ତାନର ସିଧାସଳଖ ହସ୍ତକ୍ଷେପ ନେଇ ଆଶଙ୍କା ବଢ଼ିଛି। ଯଦି ପାକିସ୍ତାନ ହୁତି ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ କରେ, ତେବେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଆହୁରି ବ୍ୟାପକ ହେବ |













Leave a Reply