ମାୟାନଗରୀ ମୁମ୍ବାଇରେ ଓଡ଼ିଆ ସିନେମାର ନୂଆ ଫର୍ଦ୍ଦ : ‘ଦହନ’ର ସ୍ୱତନ୍ତ୍ର ପ୍ରିମିୟର

ଭୁବନେଶ୍ୱର, ୧୦/୯ : ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଐତିହାସିକ ତଥା ଗର୍ବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ସେପ୍ଟେମ୍ବର ୧୧ରେ ପ୍ରେକ୍ଷାଳୟକୁ ଆସୁଥିବା ବହୁପ୍ରତୀକ୍ଷିତ ହରର୍ ଚଳଚ୍ଚିତ୍ର ‘ଦହନ – ଦ ଇଭିଲ୍ ୱିଦିନ୍’ର ଏକ ସ୍ୱତନ୍ତ୍ର ପ୍ରିମିୟର ବଲିଉଡର ହୃଦସ୍ପନ୍ଦନ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୀ ସିନେମା ଉଦ୍ୟୋଗର କେନ୍ଦ୍ରସ୍ଥଳୀରେ ଏକ ଓଡ଼ିଆ ଚଳଚ୍ଚିତ୍ରର ଏଭଳି ଭବ୍ୟ ପ୍ରଦର୍ଶନ ଅତ୍ୟନ୍ତ ବିରଳ ଏବଂ ଉଲ୍ଲେଖନୀୟ ପଦକ୍ଷେପ।

ପ୍ରିମିୟର ସନ୍ଧ୍ୟାରେ ବଲିଉଡର ବିଶିଷ୍ଟ ବ୍ୟକ୍ତିବିଶେଷ, ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଇନଫ୍ଲୁଏନ୍ସର, କଣ୍ଟେଣ୍ଟ କ୍ରିଏଟର ଏବଂ ସିନେପ୍ରେମୀ ଯୋଗ ଦେଇଥିଲେ। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା-ଅଭିନେତ୍ରୀ ବର୍ଷା ପଟ୍ଟନାୟକ ଏବଂ ଅଭିନେତା ସନୋଜ କୁମାରଙ୍କ ସମେତ ସମଗ୍ର ଟିମ୍ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସିନେମାଟିର ଗଥିକ୍ ପରିବେଶ, ଅଲୌକିକ କାହାଣୀ ଏବଂ କଳାକାରଙ୍କ ଦମଦାର ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଚମକୃତ କରିଛି।

ଏହି ପ୍ରିମିୟର କେବଳ ଏକ ସାଧାରଣ ପ୍ରଚାର ନୁହେଁ, ବରଂ ଓଡ଼ିଆ ସିନେମାକୁ ପାରମ୍ପରିକ ସୀମାରୁ ବାହାର କରି ଜାତୀୟ ସ୍ତରରେ ପହଞ୍ଚାଇବାର ଏକ ସାହସିକ ପ୍ରୟାସ। ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ଚିତ୍ରୋତ୍ତୋଳନ ଦୀପକ କୁମାର, ସଂଗୀତ ଆଶିଷ ପ୍ରଧାନ, ଶବ୍ଦ ସଂଯୋଜନା ଶକ୍ତି ସ୍ୱରୂପ ଦ୍ୱିବେଦୀ ଓ ସଂଳାପ ପ୍ରଣବ ପ୍ରସନ୍ନ ରଥ ବୈଷୟିକ ଦୃଷ୍ଟିରୁ ଉଚ୍ଚକୋଟୀର ହୋଇଥିବା ପ୍ରମାଣିତ ହୋଇଛି।

ମୁମ୍ବାଇ ପ୍ରିମିୟରରୁ ମିଳିଥିବା ଅକୁଣ୍ଠ ପ୍ରଶଂସା ସ୍ପଷ୍ଟ କରୁଛି ଯେ ଆଞ୍ଚଳିକ କାହାଣୀରେ ଅନ୍ତର୍ଜାତୀୟ ସ୍ତରର ମାନ ରହିଲେ ତାହା ସମଗ୍ର ଭାରତୀୟ ଦର୍ଶକଙ୍କ ମନ ଜିଣିପାରେ। ‘ଦହନ’ ନିଶ୍ଚିତ ଭାବେ ଓଲିଉଡ଼ର କଳା ଓ ପ୍ରତିଭାକୁ ଜାତୀୟ ମଞ୍ଚରେ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ସଫଳ ହେବ।

<iframe width=”560″ height=”315″ src=”https://www.youtube.com/embed/kWTUhtDMIOw?si=7YNlzHNFju8XyVcS” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave a Reply

Your email address will not be published. Required fields are marked *