ଭୁବନେଶ୍ୱର: ନନ୍ଦନକାନନ ପ୍ରେମୀଙ୍କ ପାଇଁ ଖୁସି ଖବର | ଆହୁରି ବଢିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶୋଭା | ଆସିଛନ୍ତି ୪୦ରୁ ଉର୍ଧ ନୂଆ ଅତିଥି। ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୪୦ରୁ ଅଧିକ ଜୀବଜନ୍ତୁ । ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ। କେବଳ ଜୀବଜନ୍ତୁ ନୁହନ୍ତି, ବନତାରାରୁ ଆସିଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ।
ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛି ରେନବୋ ଲରି ଭଳି ରଙ୍ଗବେରଙ୍ଗ ଓ ଆକର୍ଷଣୀୟ ପକ୍ଷୀ। ଏମାନଙ୍କ ଆଗମନ ପରେ ନନ୍ଦନକାନନରେ ଆହୁରି ବଢ଼ିବ ବନ୍ୟଜନ୍ତୁଙ୍କ ବିବିଧତା। ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନେ ଜେବ୍ରା, କଙ୍ଗାରୁ, ୱାଲାବି, କସୁଆରି ଏବଂ ରେନବୋ ଲରି ଭଳି ନୂଆ ଅତିଥିଙ୍କୁ ଦେଖିବାର ସୁଯୋଗ ପାଇବେ। ନୂଆ ପ୍ରାଣୀ ଓ ପକ୍ଷୀଙ୍କ ଆଗମନ ନନ୍ଦନକାନନର ଆକର୍ଷଣକୁ ଆହୁରି ବଢ଼ାଇବା ସହ ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି।
ଅନ୍ୟପଟେ , ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଉଠାଇ ଆଣିଛି STF । ଏଥିସହ ଏହି ଘଟଣାରେ ହୋଟେଲ ମାଲିକ ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଏଥିସହ ବ୍ଲାକ ଥାର ଗାଡ଼ି ବାବଦରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା । ଏହି ମାସ୍କ କାହାର ସେନେଇ ମଧ୍ୟ ଖୋଳତାଡ଼ ହେଉଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ୟାମ୍ପ କରାଯାଇଛି । ବନକର୍ମଚାରୀମାନେ ଦିନ ରାତି ଜଗି ରହିଛନ୍ତି ।
ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ, କାହା ସହାୟତାରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |













Leave a Reply