ମୁକ୍ତିଲାଭ କଲା ‘ଦାହାନ – ଦ ଏଭିଲ୍ ୱିଦିନ୍’

ଭୁବନେଶ୍ୱର , ୧୨/୯: ଅମୀୟ ପଟ୍ଟନାୟକ ପ୍ରଡ଼କସନ ଦ୍ୱାରା ନିର୍ମିତ ହରର୍ ଚଳଚ୍ଚିତ୍ର ‘ଦାହାନ – ଦ ଏଭିଲ୍ ୱିଦିନ୍’ ମୁକ୍ତିଲାଭ କରିଛି l ମହାରାଜା ସିନେମା ହଲ୍ ରେ ଏହାର ପ୍ରିମିୟର ଶୋ ହୋଇଛି l ଓଡ଼ିଆ ସିନେ ଜଗତର ବହୁ ନିର୍ଦ୍ଦେଶକ, ପ୍ରଯୋଜକ, ସିନେ ସମୀକ୍ଷକ, ଅନେକ କଳାକାରଙ୍କ ସମେତ ଦାହାନ ଟିମ୍ ମିଶି ସିନେମା ଦେଖିଥିଲେ l ଦୁଇଭଉଣୀଙ୍କ କାହାଣୀକୁ ନେଇ ଗତିଶୀଳ ହୋଇଥିବା କାହାଣୀକୁ ଦେଖି ଦର୍ଶକ ପ୍ରବଳ ଭୟଭୀତ ହୋଇଛନ୍ତି l ଜଣେ ଅନ୍ଧାର ସହିତ ଲଢ଼ୁଛି ଆଉ ଜଣେ ଏହାକୁ ଭିତରେ ଦାହନ କରୁଛି, ଯାହା ଦୁଇ ଚରିତ୍ର ଏବଂ ଫିଲ୍ମର କାହାଣୀରେ ଥିବା ଗଭୀର ସମ୍ପର୍କକୁ ଦର୍ଶାଇଛି l ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନାରେ ବର୍ଷା ପଟ୍ଟନାୟକ ଏବଂ ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଏହି ଚଳଚ୍ଚିତ୍ର ଗଣେଶ ପୂଜା ଉପଲକ୍ଷେ ମୁକ୍ତିଲାଭ କରିଛି l

ଚଳଚ୍ଚିତ୍ରରେ ବର୍ଷା ପଟ୍ଟନାୟକ ଏବଂ ଆରୋଶିଖା ମିଶ୍ର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି l ତାଙ୍କ ସମେତ ସମ୍ରାଟ ମହାପାତ୍ର, ସିଜନ ମହାପାତ୍ର, ପାର୍ଥ ସାରଥି ରାୟ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଜିଠିଆ, ପ୍ରଣବ ପ୍ରସନ୍ନ ରଥ, ନାଭ୍ୟା ଯାଇତି, ପ୍ରସନଜିତ ମହାପାତ୍ରଙ୍କ ଭଳି ଦକ୍ଷ କଳାକାର ଅଭିନୟ କରିଛନ୍ତି।

ପ୍ରଥମଥର ପାଇଁ ଓଡ଼ିଶା ଦେଖିବ ଏକ ସମ୍ପୂର୍ଣ୍ଣ ପାରିବାରିକ ହରର୍ ଚଳଚ୍ଚିତ୍ର l ଅନୁପମ ଯାହା ବି ଓଡ଼ିଆ ଦର୍ଶକଙ୍କୁ ଭେଟି ଦିଅନ୍ତି ତାହା ଇତିହାସ ସୃଷ୍ଟି କରେ l ଦାହାନ ମଧ୍ୟ ସେହିପରି ଚଳଚ୍ଚିତ୍ର ଯାହା ଦର୍ଶକଙ୍କ ମନରେ ଛାପ ଛାଡ଼ିଯିବ l ଏକ ସମ୍ପୂର୍ଣ୍ଣ ଭୂତ ଚଳଚ୍ଚିତ୍ର ଦେଖିବାକୁ ଦର୍ଶକଙ୍କ ମନରେ ଯେଉଁ ଆଗ୍ରହ ଦେଖିବାକୁ ମିଳୁଥିଲା ତାହା ପ୍ରଥମ ଦିନରୁ ହିଁ ଜଣା ପଡିଛି l

Leave a Reply

Your email address will not be published. Required fields are marked *