ଭୁବନେଶ୍ୱର/ ନୂଆଦିଲ୍ଲୀ, ୪/୧୦: ପ୍ରଥମେ ପ୍ରଶାସନିକ ସେବା ପରେ ଏବେ ସିଧାସଳଖ ରାଜନୀତିକୁ ଓହ୍ଲାଇଛନ୍ତି ପୂର୍ବତନ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓ । ବାରାଣସୀରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଭାର ସମ୍ଭାଳିଛନ୍ତି ଏମ୍. ନାଗେଶ୍ୱର ରାଓ ।
ସେ କହିଛନ୍ତି, ପ୍ରଶାସନକୁ ଦୀର୍ଘ ସମୟ ଧରି ନିକଟରୁ ଦେଖିବାର ଅଭିଜ୍ଞତାକୁ ଏବେ ସମାଜ ଓ ଦେଶର ବ୍ୟାପକ ସ୍ୱାର୍ଥରେ ବ୍ୟବହାର କରିବା ହେବ ମୋର ଉଦ୍ଦେଶ୍ୟ। ଦେଶର ପୁନଃର୍ନିର୍ମାଣ କେବଳ ପ୍ରଶାସନିକ ସୁଧାରରେ ସୀମିତ ରହିପାରିବ ନାହିଁ। ଆଧୁନିକ ବିକାଶ ସହ ଭାରତର ସଭ୍ୟତା ସହିତ ସମ୍ପର୍କ ରଖିବା ମଧ୍ୟ ଆବଶ୍ୟକ।
ସୂଚନାଯୋଗ୍ୟ, ୧୯୮୬ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଏହି ପୂର୍ବତନ ସିବିଆଇ ଅଧିକାରୀ ପ୍ରାୟ ୪ ଦଶନ୍ଧି ଧରି ସୁରକ୍ଷା, ଆଇନଶୃଙ୍ଖଳା ଓ ପ୍ରଶାସନ କ୍ଷେତ୍ରରେ କାମ କରିଛନ୍ତି। ୨୦୧୮ ଅକ୍ଟୋବରରୁ ୨୦୧୯ ଫେବ୍ରୁଆରୀ ମଧ୍ୟରେ ସେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।













Leave a Reply