ଭୁବନେଶ୍ଵର, ୨୯/୯: ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଆସିଲା ଡାକରା । ବିଜେପି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଡକରା ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦଳର ସମସ୍ତ ବିଧାୟକଙ୍କୁ ନିଜ ବାସଭବନ ଡକାଇଥିବା ବେଳେ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାୟକଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଦଳର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଡକାଯାଇଥିବା ବେଳେ ଜଣେ ପରେ ଜଣେ ଆସି ପହଞ୍ଚୁଛନ୍ତି । ଦଳ ଏବଂ ସରକାରଙ୍କ ଆଗାମୀ ରୋଡ ମ୍ୟାପ୍ ନେଇ ବୈଠକରେ ହୋଇପାରେ ଆଲୋଚନା । ୫୫ରୁ ଅଧିକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିସାରିଥିବା ସୂଚନା ରହିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ, ୫୫+ ବିଧାୟକ ପହଞ୍ଚିଛନ୍ତି । MMDR ସଂଶୋଧନ ଆଇନ ୨୦୨୬କୁ ନେଇ ବିରୋଧୀଙ୍କ ଚାପ, ଅକ୍ଟୋବର ୮ INDIA ମେଣ୍ଟ ଓଡ଼ିଶା ବନ୍ଦ ଡାକରା, ଚାଲିଥିବା ବିଧାନସଭା ମୌସୁମୀ ଅଧିବେଶନ ରଣନୀତି ଓ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହେବ । ଗତକାଲି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ପରେ ଆଜି ବିଜେପି ବିଧାୟକ ଦଳ ବୈଠକ ଡାକିଛି ।













Leave a Reply