ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଭୂକମ୍ପର ଝଟକା ଅନୁଭୂତ 

ଭୁବନେଶ୍ୱର/ନୂଆଦିଲ୍ଲୀ, ୪/୧୦: ଭୂକମ୍ପର ଝଟକାରେ ଥରିଲା ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହର। ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଅନେକ ସହର ରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଭୂକମ୍ପ ହୋଇଥିବା ନିଶ୍ଚିତ କରି କହିଛି ଯେ, ଇଣ୍ଡୋନେସିଆରେ ଆଜି ସକାଳ ୫:୦୭ ସମୟରେ ଭୂକମ୍ପ ଆସିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଥିଲା।

ସେହିପରି ରାତି ୧୧:୪୨ ସମୟରେ ମିଆଁମାରରେ ଭୂକମ୍ପ ଆସିଥିଲା, ଯାହାର ଝଟକାର ତୀବ୍ରତା ୪.୬ ଥିଲା। ଭାରତର ତ୍ରିପୁରା ଏବଂ ମଧ୍ୟପ୍ରଦେଶ ରାଜ୍ୟରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତ୍ରିପୁରାର ଧଲାଇରେ ରାତି ୧୨:୫୭ ସମୟରେ ୩.୮ ତୀବ୍ରତାର ଭୂକମ୍ପ ଆସିଥିଲା, ଯାହାର କେନ୍ଦ୍ରସ୍ଥଳ ୩୦ କିଲୋମିଟର ଗଭୀରତାରେ ଥିଲା। ଅନ୍ୟପଟେ ମଧ୍ୟପ୍ରଦେଶର ନରସିଂହପୁରରେ ରାତି ୧:୧୬ ସମୟରେ ୨.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରରେ ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ହାନି ହୋଇନାହିଁ। କେହି ଆହତ ହେବା କିମ୍ୱା କାହାର ମୃତ୍ୟୁ ହେବାର ଖବର ନାହିଁ।

Leave a Reply

Your email address will not be published. Required fields are marked *