ମହଙ୍ଗା ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର

ଭୁବନେଶ୍ୱର/ନୂଆଦିଲ୍ଲୀ, ୧/୧୦: ପାର୍ବଣ ଋତୁ ଆରମ୍ଭରୁ ମହଙ୍ଗା ମାଡ | ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର । ଅକ୍ଟୋବର ୧ରୁ ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡର ଦର ବିଭିନ୍ନ ସହରରେ ସର୍ବାଧିକ ପ୍ରାୟ ୭୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି | ଏହି ଦରବୃଦ୍ଧିର ପ୍ରଭାବ ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଟରିଂ ବ୍ୟବସାୟ ସମେତ ବାଣିଜ୍ୟିକ ଗ୍ୟାସ୍‌ ବ୍ୟବହାର କରୁଥିବା ବ୍ୟବସାୟ ଉପରେ ପଡ଼ିପାରେ।

ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡରର ଦର ୬୨.୫୦ ଟଙ୍କା ବୃଦ୍ଧି ପାଇଛି। ସେପ୍ଟେମ୍ବରରେ ୨,୭୪୭.୫୦ ଟଙ୍କା ଥିବା ସିଲିଣ୍ଡର ଦର ଏବେ ୨,୮୧୦ ଟଙ୍କା ହୋଇଛି। ଗତ ମାସରେ ମଧ୍ୟ ବାଣିଜ୍ୟିକ LPG ଦର ୯.୫୦ ଟଙ୍କା ବଢ଼ିଥିଲା। ସେହିପରି ମୁମ୍ବାଇ ୨,୭୬୪, ଚେନ୍ନାଇ ୨,୯୮୩, ପାଟନାରେ ସର୍ବାଧିକ ୩,୧୦୦.୫୦ ବୃଦ୍ଧି ପାଇଛି |

ବାଣିଜ୍ୟିକ LPG ଦର ବଢ଼ିଥିବା ବେଳେ ଘରୋଇ ଗ୍ୟାସ୍‌ ଗ୍ରାହକଙ୍କ ପାଇଁ ରହିଛି ଆଶ୍ୱସ୍ତି। ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡର ଦରରେ ବର୍ତ୍ତମାନ କୌଣସି ପରିବର୍ତ୍ତନ କରାଯାଇନାହିଁ| ଦିଲ୍ଲୀରେ ଘରୋଇ LPG ସିଲିଣ୍ଡର ଦର ୯୪୨ ଟଙ୍କା ରହିଛି। ମୁମ୍ବାଇରେ ଏହା ୯୪୧.୫୦ ଟଙ୍କା ଏବଂ ଚେନ୍ନାଇରେ ୯୫୭.୫୦ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *