ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ଼ ଅଭିନେତା ଦୀପକ ପରିଡ଼ା । ସେ କହିଛନ୍ତି, ସିଦ୍ଧିଦାତା ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଅବସରରେ ସମସ୍ତଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁଙ୍କ ଆଶୀର୍ବାଦରେ ପ୍ରତ୍ୟେକ ମନରେ ଆତ୍ମବିଶ୍ୱାସ ଓ ପ୍ରତ୍ୟେକ ପଦକ୍ଷେପରେ ସଫଳତା ମିଳୁ। ଦୁଃଖ, ଅଶାନ୍ତି ଓ ନିରାଶା ଦୂର ହୋଇ ସମସ୍ତଙ୍କ ଜୀବନ ଆନନ୍ଦମୟ ହେଉ । ଆମ ରାଜ୍ୟ ଓ ଦେଶ ଶାନ୍ତି, ପ୍ରଗତି ଓ ସମୃଦ୍ଧିର ପଥରେ ଆହୁରି ଆଗକୁ ବଢ଼ୁ। ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ।
ପ୍ରଭୁଙ୍କ ଆଶୀର୍ବାଦରେ ପ୍ରତ୍ୟେକ ମନରେ ଆତ୍ମବିଶ୍ୱାସ ଓ ପ୍ରତ୍ୟେକ ପଦକ୍ଷେପରେ ସଫଳତା ମିଳୁ : ଦୀପକ ପରିଡ଼ା













Leave a Reply