କାନ୍ଥ ତାଡି ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ଚୋରି 

ଭୁବନେଶ୍ୱର, ୧୨/୯: ସୁନା ଦୋକାନରେ କଳା କନା ବୁଲାଇଲେ ଲୁଟେରା । ଏକ ବଡ଼ ଧରଣର ଲୁଟ୍ କରିଛନ୍ତି ଲୁଟେରା । ପ୍ରାୟ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଝାରସୁଗୁଡା ସହର ମଧ୍ୟରେ ଥିବା ମଙ୍ଗସପୁରିଆ ସୁନା ଦୋକାନରୁ ଲୁଟ୍ ହୋଇଛି। ଲୁଟେରା ମାନେ ପଛ ପଟ କାନ୍ଥ ତାଡି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ । ଶୁକ୍ରବାର ରାତିରେ ଦୁର୍ବୃତ୍ତ ମାନେ ଦୋକାନର ପଛ ପଟ କାନ୍ଥ ତାଡି ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଥିବା ସହ ଦୋକାନର CCCTV ଡିଭିଆ ଲୁଟି ନେଇଛନ୍ତି ।

ଶନିବାର ସକାଳୁ ଦୋକାନ ମାଲିକ ଦୋକାନ ଖୋଲିବା ପରେ ଏହା ଦେଖି ଝାରସୁଗୁଡା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଜିଲ୍ଲା ଏସ୍ପି, ଏସ୍ଡିପିଓଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *