ଦୀର୍ଘ ୬ବର୍ଷ ଅପେକ୍ଷାର ଅନ୍ତ, ଭାରତ ରୁ ଚୀନକୁ ସିଧାସଳଖ ଉଡ଼ିବ ବିମାନ

ନୂଆଦିଲ୍ଲୀ, ୧୨/୯: ଏଣିକି ଭାରତ ରୁ ଚୀନ କୁ ସିଧାସଳଖ ଉଡ଼ିବ ବିମାନ । ଦୀର୍ଘ ୬ ବର୍ଷ ର ଅପେକ୍ଷା ପରେ ଭାରତବାସୀ ଖୁସି ଖବର ପାଇଛନ୍ତି । ମହାମାରୀ ପରଠାରୁ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବନ୍ଦ ରହିଥିଲା ଏବେ ପୁଣି ଥରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୧ ତାରିଖ ରୁ ନୂଆଦିଲ୍ଲୀ ରୁ ଚୀନର ଗୁଆଙ୍ଗଜୋ କୁ ଡାଇରେକଟ ଫ୍ଲାଇଟ ଉଡ଼ିବ । ଫଳରେ ଦୁଇ ଦେଶ ମଧ୍ୟରେ ଯାତାୟାତ ଆହୁରି ସହଜ ହେବ ବୋଲି ଆଶା କରାଯାଉଛି ।

କେବଳ ଭାରତ ନୁହେଁ , ଦକ୍ଷିଣ ଏସିଆ ଅଂଚଳ ରେ ସପ୍ତାହକୁ ୧୦୦ ରୁ ଅଧିକ ଫ୍ଲାଇଟ ଚଳାଚଳ କରାଇବାକୁ ଯୋଜନା ରହିଥିବା ଚାଇନା ଏୟାର ଲାଇନ ପକ୍ଷରୁ କୁହାଯାଇଛି । ଏହା ଦୁଇ ଦେଶ ମଧ୍ୟରେ ଲୋକଙ୍କ ଯାତାୟାତ ସହିତ ବ୍ୟବସାୟିକ ଏବଂ ଆର୍ଥିକ ସମ୍ପର୍କକୁ ମଧ୍ୟ ଗତି ଦେଇପାରେ । ଚୀନ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ରହିଥିବା ମତଭେଦ କୁ ଉପଯୁକ୍ତ ଢଙ୍ଗରେ ସମାଧାନ କରାଯିବା ଆବଶ୍ୟକ ।ତେଣୁ ୬ ବର୍ଷ ପରେ ଡାଇରେକ୍ଟ ଫ୍ଲାଇଟ ଆରମ୍ଭ ହେବାକୁ ଭାରତ -ଚୀନ ସମ୍ପର୍କ ରେ ଏକ ନୂଆ ଅଧ୍ୟାୟ ର ସଂକେତ ଭାବେ ଦେଖା ଯାଉଛି ।ତେବେ ଜିନପିଙ୍ଗ ଙ୍କ ଭାରତ ଗସ୍ତ ଏବଂ ଦୁଇ ଦେଶ ର ଆଲୋଚନା ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *