୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲା: ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ, ୧୦/୯: ଗୁରୁବାର ଦିନ ଗ୍ୟାଙ୍ଗଷ୍ଟର ଆବୁ ସାଲେମ ଜେଲରେ ୨୫ ବର୍ଷ ପୂରଣ କରିବା ପରେ ଜେଲରୁ ଶୀଘ୍ର ମୁକ୍ତି ପାଇଁ ଆବେଦନ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାରେ ସଜା କାଟୁଥିବା ସାଲେମଙ୍କୁ ଦୀର୍ଘ ଆଇନଗତ ଲଢ଼େଇ ପରେ ୧୧ ନଭେମ୍ବର ୨୦୦୫ରେ ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ କରାଯାଇଥିଲା। ପରେ ସେ ସେ ଜେଲରେ ଭଲ ଆଚରଣ ଆଧାରରେ ଦଣ୍ଡ ଛାଡ଼ କରିବାକୁ ଉଲ୍ଲେଖ କରି ମୁକ୍ତି ପାଇଁ ଆବେଦନ କରିଥିଲେ। ଅବୁ ସଲେମଙ୍କୁ ୨୦୦୪ ମସିହାରେ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା|

ସେ ଦାବି କରିଥିଲେ ଯେ, ଜେଲରେ ଭଲ ଆଚରଣ ଯୋଗୁଁ ତାଙ୍କୁ ଦୁଇ ବର୍ଷ ନଅ ମାସରୁ ଅଧିକ ଦଣ୍ଡ ଛାଡ଼ କରାଯାଇଛି। ଅବୁ ସଲେମ ଯୁକ୍ତି ଦେଇଥିଲେ ଯେ, ତାଙ୍କ ପ୍ରତ୍ୟର୍ପଣର ସର୍ତ୍ତାବଳୀ ଅନୁଯାୟୀ ସେ ଭାରତରେ ତାଙ୍କର ୨୫ ବର୍ଷର ଜେଲ ଦଣ୍ଡ ପୂରଣ କରିଛନ୍ତି।

ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିନାମାରେ ଉଲ୍ଲେଖ ଥିଲା ଯେ ସାଲେମଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ ଏବଂ ତାଙ୍କର ଜେଲ ଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ।
ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ବମ୍ବେ ହାଇକୋର୍ଟର ଏପ୍ରିଲ ରାୟକୁ ସମର୍ଥନ କରିଥିଲେ, ଯାହା ତୁରନ୍ତ ମୁକ୍ତି ପାଇଁ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲା, ଏହାକୁ “ଅକାଳିକ” ଏବଂ “ଭୁଲ ଧାରଣା” ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *