ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ

ଭୁବନେଶ୍ୱର,୧୦/୯ : କଂଗ୍ରେସ ସେବାଦଳକୁ ସଂଗଠିତ ତଥା କ୍ରିୟାଶିଳ କରିବା ପାଇଁ ଅଖିଳ ଭାରତ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଶ୍ରୀନିବାସ ବି.ଭି. ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତାମାନଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେବାଦଳର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ପ୍ରକାଶ କରିଛନ୍ତି ।

ଏହି ତାଲିକାରେ ମହିଳା ସଂଗଠିକା ଭାବରେ ଗୀତାଞ୍ଜଳି ମହାନ୍ତି ନିଯୁକ୍ତି ପାଇଥିବାବେଳେ ଉପସଭାପତି ଭାବରେ ମୁନୁ ସରାଫ ଓ ନଳିନୀ ବେହେରା ନିଯୁକ୍ତି ପାଇଛନ୍ତି । କୋଷାଧ୍ୟକ୍ଷ ଭାବରେ ମିତ୍ରଭାନୁ ମହାପାତ୍ର, ସାଧାରଣ ସମ୍ପାଦକ ଭାବରେ ବିଜୟଲକ୍ଷ୍ମୀ ମହାପାତ୍ର, କୁଳମଣି ସାହୁ, ମନୋଜ ସାହୁ, ଏମଡି ସାହାଦୁଲ୍ଲା, ପ୍ରଦୀପ କୁମାର ସ୍ୱାଇଁ, ସନ୍ତୋଷ ପ୍ରଧାନ ଓ ଭୋକାଲି ସେଠୀ ନିଯୁକ୍ତି ପାଇଛନ୍ତି । ସମ୍ପାଦକ ଭାବରେ କିଶୋର କପୁର, ସୁବାଷ ମଲ୍ଲିକ, ସନ୍ଧ୍ୟାରାଣୀ ଦାସ, ତୃପ୍ତି ଦାସ, ବସନ୍ତ କୁମାର ପଣ୍ଡା, ଅଜିତା କର, ରମେଶ ମଲ୍ଲିକ, ଅଶୋକ ନାଥ, ଜ୍ୟୋତ୍ସା ବଗର୍ତୀ, ସମ୍ପଦ କୋଢ଼଼, ସଂଜୀବ ନାୟକ, ବିନୋଦିନୀ ଦ୍ୱୀପ, ସୁରେଶ ସାହୁକାର, ଅଜୟ କୁମାର ମହାନ୍ତି, ଅଭୟ କୁମାର ଜେନା, ପ୍ରସନ୍ନ କୁମାର  ପାଇକରାୟ, ଅକ୍ଷୟ କୁମାର ମଦୁଲି, ରଞ୍ଜନ କୁମାର ଭୋଇ, ରବି ହେମ୍ବ୍ରମ ଓ ଶଙ୍କର୍ଷଣ ରାଉତ ନିଯୁକ୍ତି ପାଇଛନ୍ତି ।

ସେହିପରି ଯୁଗ୍ମ ସମ୍ପାଦକ ଭାବରେ ପ୍ରଦୀପ କୁମାର ପାତ୍ର, ନବ କିଶୋର ସାଠୁଆ, ପିତାମ୍ବର ସେଠୀ, ଅର୍ଜ୍ଜୁନ ମଲ୍ଲିକ, ଧରିତ୍ରୀ ଜେନା, ଟୁଲୁ ଦାସ, ଅଶୋକ କୁମାର ସାମଲ, ମନୋଜ ଗୌଡ଼, ଦେବାଶିଷ ସାହୁ, ସଂଜୟ ବେହେରା, ଶାନ୍ତିଲତା ତାଣ୍ଡି, ପୁଷ୍ପା ଗଡ଼ତିଆ, ଝୁଲେନ୍ଦ୍ର ବାରିକ, ସୁନାଙ୍ଗ ଭୋଇ, ହେମନ୍ତ ନାୟକ, ତ୍ରୀନାଥ ନାୟକ, ତୋଫାନ ମଲ୍ଲିକ, ବିନାୟକ ଗୌଡ଼, ଏସକେ ହମିଦ ରାଜା, ଅବିନାଶ ସ୍ୱାଇଁ ଓ ସୁଶାନ୍ତ କୁମାର ମଲ୍ଲିକ ନିଯୁକ୍ତି ପାଇଛନ୍ତି । ପ୍ରଦେଶ ଧ୍ୱଜ ପ୍ରଭାରୀ ଓ କାର୍ଯ୍ୟାଳୟ ଇନଚାର୍ଜ ଭାବରେ ଜ୍ୟୋତିଷ କୁମାର ସାହୁ, ଗଣମାଧ୍ୟମ ବିଭାଗର ସଂଯୋଜକ ଭାବରେ ଦୀପକ କୁମାର ମହାପାତ୍ର ଓ ଯୁଗ ସଂଯୋଜକ ଭାବରେ ଦେବାଶିଷ ମିଶ୍ର, ସାମାଜିକ ଗଣମାଧ୍ୟମର ସଂଯୋଜକ ଭାବରେ ଦୀପକ କୁମାର ସାହୁ, ଯୁଗ ସଂଯୋଜକ ଭାବରେ କୈଳାସ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି ।

୩୫ଗୋଟି ସାଂଗଠନିକ ଜିଲ୍ଳା ମଧ୍ୟରୁ ୩୦ଗୋଟି ଜିଲ୍ଳାର ସେବାଦଳ ମୁଖ୍ୟ ସଂଗଠକଙ୍କର ନିଯୁକ୍ତି ହୋଇସାରିଛି ଏବଂ ବାକି ଜିିଲ୍ଲାର ମୁଖ୍ୟ ସଂଗଠକଙ୍କର ନାମ ଖୁବଶୀଘ୍ର ଘୋଷଣା ହେବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିଷ୍ପତ୍ତିକ୍ରମେ ଆଗାମୀ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ୩୦୦ ଶିବିରାର୍ଥୀଙ୍କୁ ନେଇ ଓଳାଶୁଣି ଠାରେ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *