ଭୁବନେଶ୍ବର, ୨୧/୮ : ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ ।
ଓଡ଼ିଶା ଓ ଓଡ଼ିଶା ବାହାରେ ଜଣେ ଖ୍ୟାତନାମା କଣ୍ଠଶିଳ୍ପୀ ଭାବେ ପ୍ରଣବଙ୍କର ଥିଲା ପରିଚୟ । ସେ ୨ଶହରୁ ଅଧିକ ସଂଗୀତରେ କଣ୍ଠଦାନ କରିଛନ୍ତି । ୧୯୩୮ ଜାନୁଆରୀ ୨୦ରେ ପ୍ରଣବ ଜନ୍ମଗ୍ରହଣ କରିଥିଲେ। ୧୯୫୮ ‘ମା’ ଚଳଚ୍ଚିତ୍ରରେ ସେ ପ୍ରଥମେ କଣ୍ଠଦାନ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଓଡ଼ିଶୀ, ଭଜନ, ପାରମ୍ପରିକ ଲୋକଗୀତ ଗାଇବାରେ ପ୍ରଣବଙ୍କର ଭିନ୍ନ ଏକ ପରିଚୟ ଥିଲା। ନିଜ କଣ୍ଠସ୍ବରରେ ସେ ଶ୍ରୋତାଙ୍କୁ ବାନ୍ଧି ରଖିପାରୁଥିଲେ। ୨୦୧୬ରେ ସେ ‘ଜୟଦେବ ସମ୍ମାନ’ରେ ସମ୍ମାନିତ ହୋଇଥିଲେ। ତାଙ୍କ ପରଲୋକରେ ଓଡ଼ିଶା ସଂଗୀତ ଜଗତରୁ ଜଣେ ଧ୍ରୁବତାରା ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରଣବଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।













Leave a Reply