ଦର୍ଶକଙ୍କ ମନ ଜିଣି ୬ଷ୍ଠ ସପ୍ତାହରେ ପହଞ୍ଚିଲା ‘ମନ୍ତ୍ରମୁଗ୍ଧ’, ଗଣ ପର୍ବ ରଜରେ ବି କରିବ ରାଜ୍

ଭୁବନେଶ୍ବର,୨/୬ : ଦୀର୍ଘ ୬ସପ୍ତାହରେ ପହଞ୍ଚିଥିବା ଓଡ଼ିଆ ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ପ୍ରତି ଦର୍ଶକଙ୍କ ଭଲ ପାଇବା ଆହୁରି ବଢ଼ିବାରେ ଲାଗିଛି l ତେବେ ରଜରେ ବି ରାଜ୍ କରିବ ମନ୍ତ୍ରମୁଗ୍ଧ ବୋଲି ଦର୍ଶକ କହୁଥିଲେ ଯାହା ସତ ହେବାକୁ ଯାଉଛି l ଅନୁପମ ପଟ୍ଟନାୟକଙ୍କ ନିଆରା ପରିକଳ୍ପନାରେ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ପାଞ୍ଚ ସପ୍ତାହ ଅତିକ୍ରମ କରିସାରିଛି । ମନ୍ତ୍ରମୁଗ୍ଧ କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରରେ ମଧ୍ୟ ଦର୍ଶକଙ୍କ ଭଲପାଇବା ଜିତିବାରେ ସଫଳ ହୋଇଛି ଏବଂ ସିନେମା ବେଶ ଭଲ ଆୟ କରି ନୂଆ ରେକର୍ଡ଼ ସୃଷ୍ଟି କରିଛି ।

ମନ୍ତ୍ରମୁଗ୍ଧ ଫିଲ୍ମ ଏବେ ଷଷ୍ଠ ସପ୍ତାହରେ ପ୍ରବେଶ କରିଥିବାବେଳେ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ୁଥିବା ଦେଖିବାକୁ ମିଳିଛି । ଫିଲ୍ମର ସଫଳତାକୁ ନେଇ ଅଭିନେତା ସନୋଜ, ସାର୍ଥକ, ମନ୍ମୟ, ଦୀପନ୍ୱିତ, ଭୂମିକା, ନିଶାନ୍ତ ଏବଂ ପ୍ରଯୋଜିକା ବର୍ଷା ପଟ୍ଟନାୟକ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସମେତ ପୁରା ଟିମ୍ ଉତ୍ସବ ମନାଇଛନ୍ତି । ସୋସିଆଲ ମିଡିଆରେ ଦର୍ଶକମାନେ ମଧ୍ୟ ଫିଲ୍ମକୁ ଭରପୂର ପ୍ରଶଂସା କରିଛନ୍ତି । ଦର୍ଶକ ଫିଲ୍ମକୁ “ସୁପର ଡୁପର ହିଟ୍” ବୋଲି କହୁଥିବା ବେଳେ ଆଉ କେହି ଏହାକୁ ବର୍ଷର ସବୁଠୁ ମନୋରଞ୍ଜନ ଯୋଗାଉଥିବା ଓଡ଼ିଆ ଫିଲ୍ମ ବୋଲି ମତ ଦେଇଛନ୍ତି । ଆଶୀଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ଅନୁରାଗ ପଣ୍ଡା, ସଙ୍ଗୀତ ପଟ୍ଟନାୟକ ଏବଂ ରୋମୀୟାଜ ପ୍ରଧାନଙ୍କ ଭଳି ପାଞ୍ଚ ୫ ଜଣ ମ୍ୟୁଜିକ ଡାଇରେକ୍ଟର ରହିଥିବା ବେଳେ ଦୀପକ କୁମାରଙ୍କ ଚିତ୍ରତ୍ତୋଳନ ଏବଂ ଆଧୁନିକ ଜ୍ଞାନ କୌଶଳର ଭିଏଫଏକ୍ସ କାମ ଦର୍ଶକଙ୍କୁ ଅଧିକ ଆମୋଦ ଯୋଗାଉଛି l

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କର ଏହି ଭିନ୍ନ ପରିକଳ୍ପନାର ଚଳଚ୍ଚିତ୍ର ପ୍ରତ୍ୟେକ ଦର୍ଶକଙ୍କ ହୃଦୟ ଜିଣି ପାରିଛି l ପ୍ରଯୋଜିକା ବର୍ଷା ପଟ୍ଟନାୟକ, କାର୍ଯ୍ୟକାରୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ସହଯୋଗୀ ଖଗେଶ୍ୱର ଜୟପୁରିଆ ତଥା ପୁରା ମନ୍ତ୍ରମୁଗ୍ଧ ଟିମ୍ ର ଦିନରାତି ପରିଶ୍ରମ ଯୋଗୁଁ ଆଜି ମନ୍ତ୍ରମୁଗ୍ଧ ମାଧ୍ୟମରେ ଦର୍ଶକଙ୍କର ମନ ଗୁଗ୍ଧ ହୋଇଛି l ତେବେ ଦର୍ଶକମାନଙ୍କ ମନରେ ଯେଉଁ ଆଗ୍ରହ ଦେଖାଯାଉଛି ମନ୍ତ୍ରମୁଗ୍ଧ ରଜରେ ମଧ୍ୟ ରାଜ୍ କରିବ ଏବଂ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇବ l

Leave a Reply

Your email address will not be published. Required fields are marked *