ଭୁବନେଶ୍ୱର,୩/୬ : ଭୁବନେଶ୍ୱରରେ ବଦଳିଲା ପାଗ । ତାତିରୁ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ । ଅସହ୍ୟ ଗରମ ଓ ଗୁଳିଗୁଳିରୁ ଅସ୍ତବ୍ୟସ୍ତ ହୋଇଥିଲେ ରାଜଧାନୀବାସୀ । ଆକାଶ ହୋଇଛି ମେଘାଚ୍ଛନ। କିଛି ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପରିସ୍ଥିତି ଅନୁକୂଳ ହେଉଛି ଏବଂ ଏହା ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ଏବଂ ଦକ୍ଷିଣ ତାମିଲନାଡୁର ୧୫ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ।













Leave a Reply