ଚୋରା ମୋବାଇଲ ବିକ୍ରି କରିବା ପଡ଼ିଲା ମହଙ୍ଗା, ଜଣେ ଗିରଫ

ଭୁବନେଶ୍ବର,୩/୬ : ଚୋରା ମୋବାଇଲ ଫୋନ କମ୍ ଦାମରେ ବିକ୍ରି କରିବା ପଡ଼ିଲା ମହଙ୍ଗା । ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତ ରାହୁଲ ଦଳାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ନୟାପଲ୍ଲୀ ଥାନାର ଏକ ପାଟ୍ରୋଲିଂ ଟିମ୍ ଆଜି ସକାଳେ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ, ରାହୁଲ ନାମକ ଜଣେ ଯୁବକ ଏକାମ୍ର ପାର୍କ ଗେଟ ନିକଟରେ ଚୋରା ମୋବାଇଲ ଫୋନ କମ ଦାମରେ ବିକ୍ରି କରିବା ଲାଗି କିଛି ଛାତ୍ରଛାତ୍ରୀ ତଥା ରାସ୍ତାରେ ଆତଯାତ କରୁଥବା ଲୋକଙ୍କୁ ଯୋଗାଯୋଗ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।

ମିଳିଥିବା ଏହି ସୂଚନାକୁ ଆଧାର କରି ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢଉ କରିବା ସହ ଅଭିଯୁକ୍ତ ରାହୁଲକୁ କାବୁ କରିଥିଲେ। ଛାନଭିନ ସମୟରେ ଅଭିଯୁକ୍ତ ହେପାଜତରୁ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିଲା । ପଚରାଉଚରାବେଳେ, ଅଭିଯୁକ୍ତ ଜଣଙ୍କ ଉକ୍ତ ମୋବାଇଲ ଫୋନ ଦୁଇଟିକୁ ଗତ ୦୨.୦୬.୨୦୨୬ ସନ୍ଧ୍ୟାରେ ଇନ୍ଦ୍ରଧନୁ ମାର୍କେଟ ଅଞ୍ଚଳରୁ ଚୋରି କରିଥିବା ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *