କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ବର,୧/୬ : ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାଖରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ରୋବୋଟିକ୍‌ ମେଶିନର ବ୍ୟବହାର କରାଯାଉଛି। ରବିବାର ବିଳମ୍ବିତ ରାତିରୁ ନିଆଁ ଲାଗିଥିବାବେଳେ ସୋମବାର ପୂବାହ୍ନ ସୁଦ୍ଧା ନିଆଁ ଲିଭିନାହିଁ।  

Leave a Reply

Your email address will not be published. Required fields are marked *