ଭୁବନେଶ୍ୱର, ୨୪/୯: ମୌସୁମୀ ଅଧିବେଶନର ତୃତୀୟ ଦିନ ସମ୍ପୂର୍ଣ୍ଣ ଅଚଳ। ବିରୋଧୀଙ୍କ ହଟ୍ଟଗୋଳରେ ପ୍ରଶ୍ନକାଳ ବାତିଲ। ସକାଳ ଅଧିବେଶନ ପାଇଁ ଗୃହ ଆରମ୍ଭ ହେବା ମାତ୍ରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଯାହା ଫଳରେ ନିର୍ଦ୍ଧାରିତ ‘ପ୍ରଶ୍ନକାଳ’ (Question Hour) ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।
ବିରୋଧୀ ଦଳଗୁଡ଼ିକର ଏକ ବିରଳ ମିଳିତ ପ୍ରୟାସ ଦେଖିବାକୁ ମିଳିଥିଲା। ଯେଉଁଥିରେ ବିଜେଡି ଏବଂ କଂଗ୍ରେସର ନେତାମାନେ MMDR ଆଇନ୍ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଏକାଠି ହୋଇଥିଲେ। ବିରୋଧ କରୁଥିବା ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସରକାର ବିରୋଧରେ ସ୍ଲୋଗାନ୍ ଦେବା ସହ ଉପ-ବାଚସ୍ପତିଙ୍କ ଆସନକୁ ଘେରାଉ କରିଥିଲେ। ଏଥିସହିତ ବ୍ୟାନର ମଧ୍ୟ ପ୍ରଦର୍ଶନ କରିଥିଲେ। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଉପ-ବାଚସ୍ପତିଙ୍କ ଆସନ ଆଡ଼କୁ ଏକ ବ୍ୟାନର ଫିଙ୍ଗିବା ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଯାହାକୁ ନେଇ ଶାସକ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା ଏବଂ ଗୃହରେ ଉତ୍ତେଜନା ବୃଦ୍ଧି ପାଇଥିଲା। ପରେ ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।













Leave a Reply