ହ୍ୟୁମାନ ସାଗର ମୃତ୍ୟୁ ମାମଲା ; ନ୍ୟାୟ ଅପେକ୍ଷାରେ ମାଆ

ଭୁବନେଶ୍ବର,୧୭/୧୧ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁକୁ ପୂରିଛି ବର୍ଷେ । ମାତ୍ର ମାମଲାର ତଦନ୍ତ ଆଗକୁ ବଢୁ ନ ଥିବା ଅଭିଯୋଗ ହୋଇଛି । ମାଆ ଶେଫାଳି ସୁନାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଥିଲା ମର୍କତନଗର ଥାନା ପୋଲିସ । ପତ୍ନୀ ଶ୍ରେୟା, ସହ କଣ୍ଠଶିଳ୍ପୀ ଅର୍ପିତାଙ୍କ ସମେତ ୯ ଜଣ ଅଭିଯୁକ୍ତ ନାଁରେ ଦିଆଯାଇଥିଲା ଏତଲା । ସେଥିମଧ୍ୟରୁ ଦୁଇ ଜଣଙ୍କୁ ପଚରା ହୋଇଛି । ଏବଂ ମେଡ଼ିକାଲ୍ କି ବ୍ୟାଙ୍କ ତ‌ଥ୍ୟ ଆସିନି । ତେଣୁ ଦିବଂଗତ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅସ୍ବାଭାବିକ ମୃତ୍ୟୁ ରହସ୍ୟ ଘେରରେ ରହିଛି । ମାତ୍ର ଦୁଇ ଜଣ ଅଭିଯୁକ୍ତଙ୍କୁ ଉପରଠାଉରିଆ ଭାବେ ଥରେ ପଚରାଉଚରା କରି ହାତ ବାନ୍ଧି ବସିଛି ପୋଲିସ । ପରଲୋକ ଗତ ପୁଅକୁ ନ୍ୟାୟ ଦେବା ପାଇଁ ମାଆ ଶେଫାଳି ବାରମ୍ବାର ପୁଲିସକୁ ଫୋନ୍ କରି ନେହୁରା ହୋଇ ମାମଲାର ଅଗ୍ରଗତି ବିଷୟ ପଚାରୁଥିଲେ ବି କେହି ଶୁଣୁ ନଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

୨୦୨୫ ନଭେମ୍ବର ମାସ ୧୭ ତାରିଖ ରାତିରେ ହ୍ୟୁମାନ ସାଗରଙ୍କର ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏକାଧିକ ବ୍ୟକ୍ତି ତାଙ୍କ ପୁଅର ମୃତ୍ୟୁ ପାଇଁ ଦାୟୀ ବୋଲି ଦର୍ଶାଇ ହ୍ୟୁମାନଙ୍କ ମାଆ ଶେଫାଳି କଟକ ମର୍କତନଗର ଥାନାରେ କିଛି ଦିନ ପରେ ଅଭିଯୋଗ କରିଥିଲେ । ଏତଲାରେ ସେ ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ଅନୁରୋଧ କରିଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାଆ ଶେଫାଳି ହ୍ୟୁମାନଙ୍କ ମୃତ୍ୟୁର କିଛି ସନ୍ଦେହଜନକ ଦିଗ ଓ କାରଣ ଦର୍ଶାଇଥିଲେ ।

Leave a Reply

Your email address will not be published. Required fields are marked *