ନଭେମ୍ବର ୨ରୁ ମାଟ୍ରିକ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର,୨୯/୧୦ : ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୨ରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗର ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିପାରିବେ। କେବଳ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବା ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଫର୍ମକୁ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ପତ୍ରବିନିମୟ ପାଠ୍ୟକ୍ରମର ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଫ୍‍ଲାଇନରେ ଫର୍ମପୂରଣ ହେବ। ଏହା ବୋର୍ଡର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକମାନେ କରିବେ। ଏନେଇ ସବିଶେଷ ତଥ୍ୟ ଓ ନିର୍ଦେଶାବଳୀ ବୋର୍ଡ ୱେବ୍‌ସାଇଟରେ ଜାରି କରାଯାଇଛି।

ଆସନ୍ତା ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚରେ ଏହି ପରୀକ୍ଷା କରାଯିବାର ଯୋଜନା ରହିଛି । ଫର୍ମପୂରଣ ସମୟରେ ଯେଭଳି କୌଣସି ତ୍ରୁଟି ନ ହେବ ସେ ନେଇ ସମସ୍ତ ପ୍ରଧାନଶିକ୍ଷକଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ପରୀକ୍ଷାର୍ଥୀଙ୍କ ନାମ, ଶ୍ରେଣୀ, ରୋଲ ନମ୍ବର ଭଳି ବିଭିନ୍ନ ତଥ୍ୟ କିଭଳି ଦାଖଲ ହେବ ତାହା ଦର୍ଶାଯାଇଛି। ଅନ୍ୟପକ୍ଷରେ ଗତ ୮ ତାରିଖ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସମେଣ୍ଟ ଓ ଅସ୍ପିରେସନାଲ ମାର୍କ ଅପଲୋଡ ପ୍ରକ୍ରିୟା ଜାରି ରହିଛି। ଏହା ଆସନ୍ତା ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକମାନେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ବୋର୍ଡ଼ ଦ୍ବାରା ପ୍ରଦତ୍ତ ଲିଙ୍କରେ ମାର୍କ ଅପଲୋଡ କରୁଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *