ଭୁବନେଶ୍ଵର, ୨୯/୧୦ : ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ମହାନ୍ତି ପାଟଣା ଗ୍ରାମରେ ଆନନ୍ଦ ଉଲ୍ଲାସରେ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି। କୁମାରୀ କନ୍ୟାମାନେ ଉପବାସ ରହି ସୂର୍ଯ୍ୟ, ଚନ୍ଦ୍ରଙ୍କୁ ପୂଜା କରଥିଲେ। ନୂତନ ବସ୍ତ୍ର ପିନ୍ଧି ନାଚଗୀତ ସହ ପାରମ୍ପରିକ ଖେଳ ଖେଳିଥିଲେ। ସନ୍ଧ୍ୟାରେ ଚଉଁରା ନିକଟରେ ପୂଜା କରିଥିଲେ । ତେବେ ଏହି ଅବସରରେ ଏଠାରେ ନିଆରା ପରମ୍ପରା ଦେଖିବାକୁ ମିଳେ। ୧୦୦ ବର୍ଷରୁ ଅଧିକ ବର୍ଷ ହେବ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଢେଇ ବିବାହ କରଯାଇଥାଏ।
ଶିଶୁମାନେ ସାମିଲ ହୋଇ ମିଛିମିଛିକା ବିବାହ ଉତ୍ସବ କରିଥାନ୍ତି। ଏହି ବିବାହ କାର୍ଯ୍ୟକ୍ରମରେ କୁନି କୁନି ବର-କନ୍ୟାଙ୍କ ବିବାହ ହୋଇଥିଲା। ବରଯାତ୍ରୀମାନେ ରୋଷଣି କରି ପହଞ୍ଚିଥିଲେ। କନ୍ୟାପକ୍ଷରୁ ସ୍ବାଗତ କରାଯିବା ପରେ ବିବାହ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀ ବିବାହରେ ସାମିଲ ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ କରିଥିଲେ। ଭୋଜିଭାତ ଆୟୋଜନ ହୋଇଥିଲା।
କାର୍ଯ୍ୟକ୍ରମକୁ କାଞ୍ଚନ ସାହୁ, ଅନୁସୟା ସାହୁ, ବିନି ସାହୁ, ଜୟଦେବ ସାହୁ, କେଳୁଚରଣ ବେହେରା, ରାଜଲକ୍ଷ୍ମୀ ସାହୁ, ରାଜକିଶୋର ସାହୁ, ଦିଲ୍ଲୀପ୍ କୁମାର ସାହୁ, ହିମାଂଶୁ ଶେଖର ସାହୁ, ରଶ୍ମିରଞ୍ଜନ ତରାଇ, ଗୈରବ ବାରିକ, ବିକ୍ରମ ସାହୁ, ସୂର୍ଯ୍ୟକାନ୍ତ ସାହୁ, ସ୍ବପ୍ନା ରାଣୀ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ।













Leave a Reply