ଭୁବନେଶ୍ୱର,୨୯/୧୦ : ନଭେମ୍ବର ୧୮ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି ସରକାରୀ ଓ ବେସରକାରୀ କାର୍ଯ୍ୟ ଦିବସ ରହିଛି। ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବୁଧବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୧୮ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୫, ୨୬ ଓ ୨୭ ତାରିଖ ତିନିଦିନ ଧରି ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା କରାଯିବ।
ନଭେମ୍ବର ୩୦ ତାରିଖ (ସୋମବାର) ବ୍ୟୟମଞ୍ଜୁରୀ ବିଧେୟକ ଉପରେ ଆଲୋଚନା ସହ ପାରିତ କରିବାକୁ ସ୍ଥିର ହୋଇଛି। ନଭେମ୍ବର ୨୦ରେ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିବା ବେଳେ ନଭେମ୍ବର ୨୪ରେ ରାସ ପୂର୍ଣ୍ଣିମା ଉପଲକ୍ଷେ ଗୃହରେ ଛୁଟି ରହିବ। ସେହିପରି, ଡିସେମ୍ବରରେ ୪, ୧୧, ୧୮, ୨୯ ଏବଂ ୩୧ ତାରିଖକୁ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ ଦିବସ (ବିଲ୍ ଓ ସଂକଳ୍ପ) ଭାବେ ସ୍ଥିର କରାଯାଇଛି। ଅନ୍ୟପକ୍ଷରେ, ଡିସେମ୍ବର ୧ରୁ ୩, ୫, ୭ରୁ ୧୦, ୧୪ରୁ ୧୭, ୧୯, ୨୧ରୁ ୨୪, ୨୮ ଏବଂ ୩୦ତାରିଖରେ କେବଳ ସରକାରୀ କାର୍ଯ୍ୟ ଏବଂ ବିଧେୟକ ଉପରେ ଆଲୋଚନା କରାଯିବା ନେଇ କାର୍ଯ୍ୟସୂଚୀ ରହିଛି।













Leave a Reply