ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୩/୧୦: ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ ଅନନ୍ତ ।
ଆଦିଶକ୍ତି ଦେବୀ ଦୁର୍ଗାଙ୍କ ନବରାତ୍ର ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଲ ପକ୍ଷରୁ ଆରମ୍ଭ ହୋଇଥାଏ । ନବରାତ୍ରରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ପୌରାଣିକ କଥା ଅନୁଯାୟୀ ମାଙ୍କ ଜନ୍ମ ଦୈତ୍ୟମାନଙ୍କ ବିନାଶ ପାଇଁ ହୋଇଥିଲା। ଉଲ୍ଲେଖ ରହିଛି ନବରାତ୍ରୀରେ ମା ନଅ ଦିନ ପର୍ଯ୍ୟନ୍ତ ଧରାପୃଷ୍ଠକୁ ଆସି ଭକ୍ତମାନଙ୍କ ସହ ରହିଥାନ୍ତି। ଏହିକାରଣରୁ ମାଙ୍କୁ ଖୁସି କରାଇବା ପାଇଁ ଭକ୍ତ ବିଧି ପୂର୍ବକ ପୂଜା, ଆଳତୀ କରିଥାନ୍ତି।
କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ମା ଦୁର୍ଗା କେଉଁ ଦିନ କେଉଁ ରୂପରେ ପୂଜା ପାଆନ୍ତି, ତାଙ୍କୁ ପୂଜା କରିବାର ବିଧି, କେଉଁ ନାମରେ ମା ଙ୍କ ପୂଜା କରାଯାଏ ….
୧ – ପ୍ରତିପଦା (ଅକ୍ଟୋ ୧୨): ମା ଶୈଳପୁତ୍ରୀ – ହିମାଳୟ କନ୍ୟା, ସ୍ଥିରତା ଓ ଶକ୍ତିଦିନ
୨ – ଦ୍ୱିତୀୟା (ଅକ୍ଟୋ ୧୩): ମା ବ୍ରହ୍ମଚାରିଣୀ – ତପସ୍ୟା, ଧୈର୍ଯ୍ୟର ଦେବୀଦିନ
୩ – ତୃତୀୟା (ଅକ୍ଟୋ ୧୪): ମା ଚନ୍ଦ୍ରଘଣ୍ଟା – ଶାନ୍ତି ଓ ସାହସ, ମୁଣ୍ଡରେ ଅର୍ଦ୍ଧଚନ୍ଦ୍ର
୪ – ଚତୁର୍ଥୀ (ଅକ୍ଟୋ ୧୫): ମା କୁଷ୍ମାଣ୍ଡା – ସୃଷ୍ଟିର ଆଦି ଶକ୍ତି
୫ – ପଞ୍ଚମୀ (ଅକ୍ଟୋ ୧୬): ମା ସ୍କନ୍ଦମାତା – କାର୍ତ୍ତିକେୟଙ୍କ ମାତା, ବାତ୍ସଲ୍ୟର ରୂପ – ଏହି ଦିନ ଷଷ୍ଠୀ ପୂଜା
୬ – ଷଷ୍ଠୀ (ଅକ୍ଟୋ ୧୭): ମା କାତ୍ୟାୟନୀ – ଯୁଦ୍ଧ ଦେବୀ, ଅସୁର ବିନାଶିନୀ – ସପ୍ତମୀ
୭ – ସପ୍ତମୀ (ଅକ୍ଟୋ ୧୯): ମା କାଳରାତ୍ରୀ – ଅନ୍ଧକାର ନାଶିନୀ, ଭୟଙ୍କର ରୂପ – ଅଷ୍ଟମୀ, କୁମାରୀ ପୂଜା
୮ – ଅଷ୍ଟମୀ (ଅକ୍ଟୋ ୨୦ ସକାଳ): ମା ମହାଗୌରୀ – ପବିତ୍ରତା, ଶାନ୍ତି – ନବମୀ ହୋମ
୯ – ନବମୀ (ଅକ୍ଟୋ ୨୦ ଅପରାହ୍ନ): ମା ସିଦ୍ଧିଦାତ୍ରୀ – ସବୁ ସିଦ୍ଧି ଦେଉଥିବା, ଶେଷ ରୂପ
୧୦ମ ଦିନ ଦଶମୀ (ଅକ୍ଟୋ ୨୧): ବିଜୟା ଦୁର୍ଗା – ଅସୁର ଉପରେ ବିଜୟ ଉତ୍ସବ।
ନବରାତ୍ରର ନବସ୍ୱରୂପର ତୃତୀୟ ରୂପ ‘ମା ଚନ୍ଦ୍ରଘଣ୍ଟା ’
ମାଆ ଚନ୍ଦ୍ରଘଣ୍ଟା ହେଉଛନ୍ତି ନବଦୁର୍ଗାଙ୍କର ତୃତୀୟ ନବଦୁର୍ଗା ବେଶ , ଯାହାଙ୍କୁ ଶରତ ନବରାତ୍ରୀର ତୃତୀୟ ଦିନରେ ପୂଜା କରାଯାଏ। ତାଙ୍କ ନାମ “ଚନ୍ଦ୍ରଘଣ୍ଟା”ର ଅର୍ଥ “ଯେ ଘଣ୍ଟି ଭଳି ଅର୍ଦ୍ଧଚନ୍ଦ୍ର ଆକାରର” । ତାଙ୍କ ମୂର୍ତ୍ତିରେ ମନ୍ଦ ବିରୋଧରେ ଲଢ଼ାଇ ପାଇଁ ତାଙ୍କର ନିରନ୍ତର ପ୍ରସ୍ତୁତିକୁ ସୂଚାଇ ତୃତୀୟ ଆଖି ସର୍ବଦା ଖୋଲା ରହିଥାଏ । ସେ ଚନ୍ଦ୍ରଖଣ୍ଡା, ବୃକ୍ଷବାହିନୀ ବା ଚନ୍ଦ୍ରିକା ନାମରେ ମଧ୍ୟ ପରିଚିତ । ଲୋକ ବିଶ୍ୱାସ ଅନୁସାରେ ସେ ତାଙ୍କର କୃପା ଓ ସାହସିକତାଦ୍ୱାରା ଲୋକଙ୍କୁ ସାହାଯ୍ୟ କରନ୍ତି । ତାଙ୍କ କୃପାରୁ ଶ୍ରଦ୍ଧାଳୁଙ୍କ ସମସ୍ତ ପାପ, କଷ୍ଟ, ଶାରୀରିକ ଓ ମାନସିକ କଷ୍ଟ ଓ ଭୂତ ପ୍ରତିବନ୍ଧକ ଆଦି ଦୂର ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।
ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ ମା’ ଅର୍ଦ୍ଧଚନ୍ଦ୍ର ଧାରଣ କରନ୍ତି।ଏବଂ ସିଂହ ବାହାନରେ ବିରାଜମାନ କରନ୍ତି। ଏହି ସ୍ୱରୂପରେ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଥାଏ । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି। ଆଜିର ଦିନରେ ଦୁର୍ଗା ଚାଳିସା ପାଠ କରି ମାଆଙ୍କର ଆଳତୀ ମଧ୍ୟ କରାଯାଏ । ଅପରାଜିତା ଫୁଲ ଦେଇ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କରନ୍ତୁ । କୁହାଯାଏ ଏହା ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ । ଅର୍ଥର ଅଭାବ ରହିନଥାଏ ।

* ନାମର ଅର୍ଥ: ମାଆଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର (ଅଧା ଚାନ୍ଦ) ଶୋଭା ପାଉଥିବାରୁ ତାଙ୍କୁ ‘ଚନ୍ଦ୍ରଘଣ୍ଟା’ ବୋଲି କୁହାଯାଏ।
* ରୂପ ଓ ବାହନ: ମାଆଙ୍କର ସୁବର୍ଣ୍ଣ ବର୍ଣ୍ଣର ଶରୀର ଏବଂ ଦଶଟି ହାତ ଅଛି। ସେ ସିଂହ ବା ବାଘ ଉପରେ ବିରାଜମାନ କରନ୍ତି।
* ହସ୍ତର ଅସ୍ତ୍ରଶସ୍ତ୍ର: ତାଙ୍କର ଦଶଟି ହାତରେ ତ୍ରିଶୂଳ, ଖଡ୍ଗ, ଗଦା, ଧନୁ-ତୀର, କମଣ୍ଡଳୁ, ପଦ୍ମଫୁଲ ଏବଂ ଘଣ୍ଟା ଭଳି ବିଭିନ୍ନ ଦିବ୍ୟ ଅସ୍ତ୍ର ଓ ପ୍ରତୀକ ସହିତ ଅଭୟ ମୁଦ୍ରା ରହିଥାଏ।
* ପ୍ରତୀକ: ମାଆ ଶାନ୍ତି, ସୌନ୍ଦର୍ଯ୍ୟ, ସାହସ ଏବଂ ଶକ୍ତିର ପ୍ରତୀକ। ତାଙ୍କ ହାତରେ ଥିବା ଘଣ୍ଟାର ନାଦ ଭକ୍ତଙ୍କ ମନରୁ ସମସ୍ତ ଭୟ, ନକାରାତ୍ମକ ଶକ୍ତି ଓ ଆତଙ୍କକୁ ଦୂର କରେ।
* ଧାର୍ମିକ ବିଶ୍ୱାସ: ଏହି ରୂପଟି ଭଗବାନ ଶିବଙ୍କ ସହିତ ମାଆ ପାର୍ବତୀଙ୍କ ବିବାହ ସମୟର ଶାନ୍ତ ଓ ଦିବ୍ୟ ରୂପକୁ ମଧ୍ୟ ସୂଚାଏ।

👉 ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା’ ଚନ୍ଦ୍ରଘଣ୍ଟା ହେଉଛନ୍ତି ମାଆ ପାର୍ବତୀ ଙ୍କର ଶିବଙ୍କୁ ବିବାହ କରିବା ସମୟର ନବବଧୂ ସ୍ୱରୂପ । ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଧାରଣ କରିଥିବାରୁ ମାଆ ଚନ୍ଦ୍ରଘଣ୍ଟା ନାମରେ ବିଦିତ ।
👉 ଦେବୀ ଚନ୍ଦ୍ରଘଣ୍ଟା ହେଉଛନ୍ତି ଦେବୀ ସୁବର୍ଣ୍ଣବର୍ଣ୍ଣା, ତ୍ରିନେତ୍ରା , ଦଶଭୁଜା ଏବଂ ସିଂହାରୁଢ଼ା । କଣ୍ଠରେ ଶୁଭ୍ର ପୁଷ୍ପ ମାଳା ଏବଂ ମସ୍ତକ ଉପରେ ରତ୍ନ ଜଡି଼ତ ମୁକୁଟ ଧାରଣ କରିଛନ୍ତି।
👉 ମାଆ ବାମପାର୍ଶ୍ଵସ୍ଥ ଚାରୋଟି ହସ୍ତରେ ତ୍ରିଶୂଳ, ଗଦା, ଖଡ୍ଗ ଓ କମଣ୍ଡଳୁ ଧାରଣ କରିଥାନ୍ତି ଏବଂ ପଞ୍ଚମ ହସ୍ତ ବରଦ ମୁଦ୍ରାରେ ଥାଏ।
👉 ମାଆଙ୍କର ଦକ୍ଷିଣପାର୍ଶ୍ଵର ଚାରୋଟି ହସ୍ତରେ ପଦ୍ମପୁଷ୍ପ, ଧନୁ, ତୀର ଓ ଜପମାଳା ଧାରଣ କରନ୍ତି ତଥା ପଞ୍ଚମ ହସ୍ତ ଅଭୟ ମୁଦ୍ରାରେ ଶୋଭାପାଏ।
👉 ଯୋଗୀମାନେ ମଣିପୁର ଚକ୍ରରେ ଧ୍ୟାନ ଦେଇ ଶୁଦ୍ଧପୂତ ମନ, ବଚନ, କର୍ମ ଓ ଶରୀର ନିମନ୍ତେ ମା ଚନ୍ଦ୍ରଘଣ୍ଟା ଙ୍କ ଠାରୁ ଆଶୀର୍ବାଦ ପାଇ ଥାଆନ୍ତି। ମାଆଙ୍କର ଏହି ରୂପ ସମସ୍ତ ରିପୁ ଦମନ କରି ଭକ୍ତକୁ ଶକ୍ତି ପ୍ରଦାନ କରନ୍ତି।
ସ୍ୱରୂପ
ଦେବୀ ଚନ୍ଦ୍ରଘଣ୍ଟାଙ୍କ ଶିରରେ ଅର୍ଦ୍ଧଚନ୍ଦ୍ର ଆକାରର ଏକ ଘଣ୍ଟି ଆକୃତିର ମୁକୁଟ ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ । ତାଙ୍କ ଶରୀରର ରଙ୍ଗ ସୁନା ପରି ଉଜ୍ଜ୍ୱଳ ସେ ଦଶଭୂଜା । ତାଙ୍କର ଦଶ ଭୂଜରେ ଖଡ୍ଗ ଆଦି ଶସ୍ତ୍ର ଏବଂ ଧନୁତୀର ଭଳି ଅସ୍ତ୍ରରେ ସଜାଯାଇଥାଏ ଓ ସିଂହ ତାଙ୍କର ବାହନ । ତାଙ୍କର ମୁଦ୍ରା ଯୁଦ୍ଧ ମୁଦ୍ରା ।

ସାଧନା
ହିନ୍ଦୁ ରୀତିନୀତି ଅନୁଯାୟୀ ମଣିଷର ମନ, ଶବ୍ଦ, କାର୍ଯ୍ୟ ଏବଂ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ଏବଂ ପବିତ୍ର ରଖି ଚନ୍ଦ୍ରଘଣ୍ଟାଙ୍କ ନିକଟରେ ଆତ୍ମ ସମର୍ପଣ କରିବା ଏବଂ ତାଙ୍କୁ ଉପାସନା କରାଯାଏ । ତାଙ୍କର ଧ୍ୟାନ ହିନ୍ଦୁ ଭକ୍ତମାନଙ୍କୁ ଇହଲୋକ ଓ ପରଲୋକ ଉଭୟକୁ ପରିତ୍ରାଣ ଦେଇଥାଏ ବୋଲି ବିଶ୍ୱାସ ରହିଛି । ଚନ୍ଦ୍ରଘଣ୍ଟା ଦେବୀ କମଳା ରଙ୍ଗ ପସନ୍ଦ କରନ୍ତି ବୋଲି ବିଶ୍ୱାସ ରହିଥିବାରୁ ଭକ୍ତମାନେ ପୂଜା ସମୟରେ କମଳା ରଙ୍ଗର ପୋଷାକ ପିନ୍ଧନ୍ତି ।
ଲୋକବିଶ୍ୱାସ
ହିନ୍ଦୁ ଧର୍ମର ଲୋକବିଶ୍ୱାସ ଅନୁସାରେ, ଦେବୀ ଚନ୍ଦ୍ରଘଣ୍ଟାଙ୍କ ଅନୁଗ୍ରହରେ, ସାଧକଙ୍କର ସମସ୍ତ ପାପ ଏବଂ ବାଧା ବିନଷ୍ଟ ହୋଇଯାଏ । ତାଙ୍କର ଉପାସନା ସଦ୍ୟ ଫଳପ୍ରଦ ହୋଇଥାଏ ଓ ଦେବୀ ଭକ୍ତମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରିଦିଅନ୍ତି ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି ।
ମନ୍ତ୍ର
ପିଣ୍ଡଜପ୍ରବରାରୂଢ଼ା ଚଣ୍ଡକୋପାସ୍ତ୍ରକୈର୍ଯୁକ୍ତା । ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ବିଶ୍ରୁତା।।
ଯା ଦେବୀ ସର୍ବଭୂତେଷୁ ମାଁ ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ॥
ଅର୍ଥ: ହେ ମା ଆମ୍ବେ! ଆପଣ ସର୍ବତ୍ର ବିରାଜିତ ଏବଂ ଚନ୍ଦ୍ରଘଣ୍ଟା ରୂପରେ ପ୍ରସିଦ୍ଧ ଅଟ, ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି। ହେ ମାତା, ମୋତେ ସମସ୍ତ ପାପରୁ ମୁକ୍ତ କର।

ପୌରାଣିକ କିମ୍ବଦନ୍ତୀ ଅନୁସାରେ,
ଏହି ଦିନ ମା’ ସିଂହ ଉପରେ ବସି ଅସୁରମାନଙ୍କୁ ସଂହାର କରନ୍ତି । ମା’ ଚନ୍ଦ୍ରଘଣ୍ଟାଙ୍କୁ ସ୍ୱରର ଦେବୀ ବୋଲି ମଧ୍ୟ କୁହାଯାଏ । ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ କଥା ପଢାଯାଏ । ଆସନ୍ତୁ ଜାଣିବା କିପରି ମା’ ଚନ୍ଦ୍ରଘଣ୍ଟା ମହିଷାସୁର ନାମକ ଏକ ଶକ୍ତିଶାଳୀ ରାକ୍ଷସର ବଧ କରିଥିଲେ ।
ପୌରାଣିକ କଥାବସ୍ତୁ ଅନୁସାରେ ଯେତେବେଳେ ଅସୁରମାନଙ୍କ ଆତଙ୍କ ଏ ପୃଥିବୀରେ ବଢିବାରେ ଲାଗିଥିଲା ସେତେବେଳେ ଦେବୀ ଚନ୍ଦ୍ରଘଣ୍ଟା ରୂପରେ ଆବିର୍ଭୁତ ହୋଇଥିଲେ। ଅସୁରମାନଙ୍କର ପ୍ରଭୁ ଥିଲେ ମହିଷାସୁର, ଯାହାର ଦେବତାମାନଙ୍କ ସହିତ ଯୁଦ୍ଧ ଚାଲିଥିଲା | ମହିଷାସୁର ଦେବରାଜ ଇନ୍ଦ୍ରଙ୍କ ସିଂହାସନ ପାଇବାକୁ ଚାହୁଁ ଥିଲା । ସ୍ବର୍ଗକୁ ଶାସନ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଏହି ଇଚ୍ଛା ଜାଣିଥିବା ସମସ୍ତ ଦେବତା ଏଥିରେ ଉତକ୍ଷିପ୍ତ ହେଲେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ନିକଟରେ ଉପସ୍ଥିତ ହେଲେ। ଭଗବାନ ଶ୍ରୀହରି ଏ କଥା ଶୁଣି କ୍ରୋଧିତ ହେଲେ। କ୍ରୋଧ ହେତୁ ତିନିଜଣଙ୍କ ପାଟିରୁ ବାହାରିଥିବା ଶକ୍ତି ଦ୍ବାରା ତାଙ୍କଠାରୁ ଜଣେ ଦେବୀ ଜନ୍ମିଥିଲେ। ଯାହାଙ୍କୁ ଭଗବାନ ଶଙ୍କର ତାଙ୍କ ତ୍ରିଶୁଳ ଦେଇଥିଲେ ଏବଂ ଭଗବାନ ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ। ସେହିଭଳି ଅନ୍ୟ ଦେବତା ଏବଂ ଦେବୀମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ମାନ ମାତାଙ୍କ ହାତରେ ଦେଇଥିଲେ। ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ। ସୂର୍ଯ୍ୟ ନିଜର ତୀକ୍ଷ୍ଣ ଶକ୍ତି ଓ ଖଣ୍ଡା ଦେଲେ, ଯାତ୍ରା ପାଇଁ ସିଂହ ବାହାନ ରୂପେ ପ୍ରଦାନ କଲେ। ଦେବୀ ମହିଷାସୁରର ସାମ୍ରାଜ୍ୟ ଆଡ଼କୁ ଯାତ୍ରା କଲେ । ସେ ନିଜ ଘଣ୍ଟାର ଭୟଙ୍କର ଶବ୍ଦରେ ସମଗ୍ର ବ୍ରହ୍ମାଣ୍ଡକୁ କମ୍ପାଇ ଦେଲେ । ଘଣ୍ଟାର ଗର୍ଜନ ଶୁଣି ମହିଷାସୁର ଏବଂ ତା’ର ସେନା ଭୟଭୀତ ହୋଇଗଲେ । ମହିଷାସୁର ନିଜର ବିଶାଳ ସେନାକୁ ଦେବୀଙ୍କ ସହିତ ଯୁଦ୍ଧ କରିବା ପାଇଁ ପଠାଇଲା କିନ୍ତୁ ଦେବୀ ଚନ୍ଦ୍ରଘଣ୍ଟା ନିଜ ସିଂହର ଗର୍ଜନ ଏବଂ ଘଣ୍ଟାର ଶବ୍ଦରେ ହିଁ ସେମାନଙ୍କ ସେନାକୁ ମାରିଦେଲେ । ଯେତେବେଳେ ମହିଷାସୁର ଦେଖିଲା ଯେ ସେନାର ଅନ୍ତ ହେଉଛି, ସେ ନିଜେ ଯୁଦ୍ଧ କ୍ଷେତ୍ରକୁ ଆସିଲା । ମହିଷାସୁର ବିଭିନ୍ନ ରୂପ ଧାରଣ କରି ଦେବୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କଲା କିନ୍ତୁ ଦେବୀ ନିଜ ଅସ୍ତ୍ରଶସ୍ତ୍ରରେ ତା’ ଉପରେ ପ୍ରହାର କରୁଥିଲେ । ଶେଷରେ, ଦେବୀ ଚନ୍ଦ୍ରଘଣ୍ଟା ମହିଷାସୁରର ପ୍ରକୃତ ରୂପକୁ ଚିହ୍ନି ପାରିଲେ ଏବଂ ନିଜ ତ୍ରିଶୂଳରେ ତା’ର ହୃଦୟ ଉପରେ ଆକ୍ରମଣ କଲେ । ମହିଷାସୁରର ଅନ୍ତ ହେଲା ଏବଂ ତା’ର ଅତ୍ୟାଚାରରୁ ପୃଥିବୀ ଏବଂ ସ୍ୱର୍ଗଲୋକକୁ ମୁକ୍ତି ମିଳିଲା । ଏହିପରି ଦେବୀ ଚନ୍ଦ୍ରଘଣ୍ଟା ଧର୍ମର ସ୍ଥାପନା କଲେ ଏବଂ ଦେବତାମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେଲେ । ତେଣୁ ବିଧି-ବିଧାନରେ ତୃତୀୟ ନବରାତ୍ରିରେ ତାଙ୍କର ପୂଜା କରାଯାଏ । ଏହିପରି, ମାତା ଦେବତାମାନଙ୍କୁ ସୁରକ୍ଷା ଦେଇଥିଲେ।
ମା’ ଙ୍କର ଚନ୍ଦ୍ରଘଣ୍ଟା ରୂପକୁ ପୂଜା କରିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ନବରାତ୍ରର ଏହି ତୃତୀୟ ଦିନରେ ଭୟରୁ ମୁକ୍ତି ମିଳିବା ସହ ଅପାର ସାହସ ପ୍ରାପ୍ତ ହେବାକୁ ଅନ୍ତରରେ ଶକ୍ତି ପ୍ରାପ୍ତ ହୋଇଥାଏ ।














Leave a Reply