ଭୁବନେଶ୍ୱର/ନୂଆଦିଲ୍ଲୀ, ୧/୧୦: ଜିମ୍ବାୱେର ମରୋଣ୍ଡେରା ଅଞ୍ଚଳରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ , ମୃତକଙ୍କ ମଧ୍ୟରେ ଅଛନ୍ତି ଜିମ୍ବାୱେର ଚର୍ଚ୍ଚିତ ବ୍ୟବସାୟୀ ଭିକ୍ ନେଲ୍ ଚିୱାୟୋ ଏବଂ ତାଙ୍କ ପତ୍ନୀ ଲୁସି ମୁତେକେ। ଦୁର୍ଘଟଣାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି।
କୁହାଯାଉଛି କିବୁଧବାର ସନ୍ଧ୍ୟା ପ୍ରାୟ ୫ଟା। ରାଜଧାନୀ ହରାରେଠାରୁ ପ୍ରାୟ ୭୦ କିଲୋମିଟର ଦୂର ମରୋଣ୍ଡେରା ଅଞ୍ଚଳରେ ଘଟିଥିଲା ଏହି ଦୁର୍ଘଟଣା। ଏକ ହେଲିକପ୍ଟର ହଠାତ୍ ଖସିପଡ଼ିବା ପରେ ସେଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ହେଲିକପ୍ଟରରେ ୪ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସମସ୍ତ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା। ମୃତକଙ୍କ ମଧ୍ୟରେ ଥିଲେ ୪୩ ବର୍ଷୀୟ ଭିକ୍ ନେଲ୍ ଚିୱାୟୋ। ‘ଇଣ୍ଟ୍ରାଟ୍ରେକ୍ ଜିମ୍ବାବ୍ୱେ’ ର ସଂସ୍ଥାପକ ଥିଲେ, ଯାହା ଶକ୍ତି ଓ ଭିତ୍ତିଭୂମି ପ୍ରକଳ୍ପ କ୍ଷେତ୍ରରେ କାମ କରୁଥିଲା। ଜିମ୍ବାୱେ ରାଷ୍ଟ୍ରପତିଙ୍କ ସହ ତାଙ୍କ ଘନିଷ୍ଠତା ପାଇଁ ମଧ୍ୟ ସେ ଚର୍ଚ୍ଚାରେ ଥିଲେ। ତାଙ୍କ ମୃତ୍ୟୁ ଖବର ନେଇ ରାଷ୍ଟ୍ରପତି ଶୋକ ବ୍ୟକ୍ତ କରିଛନ୍ତି |













Leave a Reply