ଭୁବନେଶ୍ୱର, ୨୪/୯ : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ର ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ ତଥା ଚଳଚ୍ଚିତ୍ରର ଅନ୍ୟ ସଦସ୍ୟମାନେ ଲୋକଭବନଠାରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଏହି ଅବସରରେ ରାଜ୍ୟପାଳ ‘ଲହରୀ’ ଟିମ୍ ସହ ଭାବ ବିନିମୟ କରି ଚଳଚ୍ଚିତ୍ରର ଜାତୀୟ ସ୍ୱୀକୃତି ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ I ଏହି ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିବା ସହ ସମସ୍ତଙ୍କର ପ୍ରୟାସକୁ ପ୍ରଶଂସା କରି ଭବିଷ୍ୟତର କାର୍ଯ୍ୟକ୍ରମରେ ସଫଳତା ପାଇଁ ମଧ୍ୟ ରାଜ୍ୟପାଳ କାମନା କରିଥିଲେ।
ଏତଦବ୍ୟତୀତ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅର୍ଥପୂର୍ଣ୍ଣ ଓ ପ୍ରଭାବଶାଳୀ ଚଳଚ୍ଚିତ୍ର ନିର୍ମାଣ ଜାରି ରଖିବା ପାଇଁ ରାଜ୍ୟପାଳ ଉତ୍ସାହିତ କରିଛନ୍ତି ଏବଂ ଯୁବ ପିଢ଼ିକୁ ପ୍ରେରଣା ଦେବା ତଥା ସକାରାତ୍ମକ ପ୍ରଭାବ ପକାଇବା ପାଇଁ ସିନେମାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଜାତୀୟସ୍ତରରେ ଓଡ଼ିଆ ସିନେମାକୁ ପ୍ରୋତ୍ସାହିତ କରିବାରେ ଦଳର ଅବଦାନକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ।













Leave a Reply