ଭୁବନେଶ୍ୱର, ୨୪/୯: କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ କୁଣ୍ଡୁଳା ହାଇସ୍କୁଲର ପ୍ରଧାନଶିକ୍ଷକ ତାରାଚାନ୍ଦ ମହାନ୍ତ ଗିରଫ |ମୟୂରଭଞ୍ଜ ଜିଲା ରରୁଆଁ ପୋଲିସ ବୁଧବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା | ପରେ ତାଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି |
ତାରା ଚାନ୍ଦ କେନ୍ଦୁଝରର ଏକ ହୋଟେଲରେ ଆତ୍ମ ଗୋପନ କରିଥିବା ବେଳେ ବୁଧବାର କେନ୍ଦୁଝରରୁ ତାଙ୍କୁ କରଞ୍ଜିଆ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଜାମୁତି ଗ୍ରାମର ସୁଶୀଲ ଚନ୍ଦ୍ର ମହାନ୍ତଙ୍କ ଅଭିଯୋଗ ଆଧାରରେ ରରୁଆଁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଅନୁଯାୟୀ, ତାରାଚାନ୍ଦ ସରକାରୀ ଓ ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ କେବଳ ରରୁଆଁ ଥାନା ଅଞ୍ଚଳରୁ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଇଥିଲେ । ରରୁଆଁ ବ୍ୟତୀତ ପାଟଣା, ସାହାରପଡ଼ା, କରଞ୍ଜିଆ ଓ କେନ୍ଦୁଝର ବିଭିନ୍ନ ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ତଦନ୍ତ ପରେ ରରୁଆଁ ପୋଲିସ ମାମଲା ନମ୍ବର ୧୮୫/୨୬ ଓ ୬୦/୨୦୨୬ରେ ତାଙ୍କୁ କେନ୍ଦୁଝରରୁ ଗିରଫ କରି କରଞ୍ଜିଆ କୋର୍ଟରେ ହାଜର କରିଥିଲା। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ |













Leave a Reply