ଭୁବନେଶ୍ୱର, ୨୪/୯: ଅକ୍ଟୋବର ୧୫ରୁ ୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟରେ ୦.୪% MDR ଲାଗୁ ହେବା ପ୍ରସ୍ତାବ ବିରୋଧରେ ବ୍ୟବସାୟୀ ସଂଗଠନର ବଡ ଆନ୍ଦୋଳନ। ନୂତନ ୟୁପିଆଇ ଚାର୍ଜ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ବିରୋଧ କରିଛି ଦେଶର ବିଭିନ୍ନ ବ୍ୟବସାୟୀ ସଂଗଠନ | ଏନେଇ ସଂଘଠନ ପକ୍ଷରୁ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) କୁ ‘ନୋ ୟୁପିଆଇ ଡେ’ (No UPI Day) ଭାବେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବାକୁ ଥିବା ନୂତନ ୟୁପିଆଇ ଚାର୍ଜ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ବିରୋଧରେ ଏହି ପ୍ରତିବାଦ କରାଯାଉଛି।ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର ମଣ୍ଡଳ (FAIVM) ଏବଂ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT) ଭଳି ପ୍ରମୁଖ ବ୍ୟବସାୟୀ ସଂଗଠନ ‘ନୋ ୟୁପିଆଇ ଡେ’ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି ଦିନ ବ୍ୟବସାୟୀମାନେ ଗ୍ରାହକଙ୍କଠାରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ ନକରିବାକୁ ଆହ୍ୱାନ କରିଛନ୍ତି।
ଅକ୍ଟୋବର ୨ ତାରିଖ ଦିନ ବ୍ୟବସାୟୀମାନେ ନିଜ ଦୋକାନର UPI QR କୋଡ୍ ଏବଂ ସାଉଣ୍ଡ ବକ୍ସକୁ କଳା କପଡ଼ାରେ ଘୋଡ଼ାଇ ରଖିବେ ଏବଂ ଡିଜିଟାଲ୍ ପେମେଣ୍ଟ ବଦଳରେ କେବଳ ନଗଦ (Cash) କିମ୍ବା କାର୍ଡ ମାଧ୍ୟମରେ କାରବାର କରିବେ।
ଫଳରେ ୨ ଅକ୍ଟୋବରରେ ୟୁପିଆଇ ବଦଳରେ ଗ୍ରାହକମାନଙ୍କୁ ନଗଦ କିମ୍ବା କାର୍ଡ ମାଧ୍ୟମରେ ପେମେଣ୍ଟ କରିବାକୁ ପଡ଼ିପାରେ। ଅନ୍ୟପଟେ,ଏହି ନୂଆ ୦.୪% MDR ଚାର୍ଜ ସିଧାସଳଖ ଗ୍ରାହକଙ୍କଠାରୁ ନିଆଯିବ ନାହିଁ, ବରଂ ବ୍ୟବସାୟୀମାନେ ଏହା ବହନ କରିବେ।













Leave a Reply